ପୃଥ୍ୱୀଙ୍କୁ ଖୁଲାସା : କାହିଁକି ସୁପର ଓଭରରେ ଓପନିଂରେ ଆସିଲେ ନାହିଁ ?

ନୂଆଦିଲ୍ଲୀ : ଦିଲ୍ଲୀ କ୍ୟାପିଟାଲ୍ସ ଓପନର ପୃଥ୍ୱୀ ସୋ’ ସୁପର ଓଭର ସମୟରେ ଓପନିଂରେ ଆସିନଥିଲେ । ମ୍ୟାଚ୍ ଶେଷ ପରେ ଏ ସଂପର୍କରେ କହିଛନ୍ତି ଯେ, ସେ ଜାଣିଶୁଣି ଆସିନଥିଲେ । ସୁପର ଓଭର ପୂର୍ବରୁ ଟିମ୍ ମ୍ୟାନେଜମେଣ୍ଟଙ୍କ ସହ ଆଲୋଚନା କରିଥିଲି । ରିକି ସାର, ସୌରଭ ସାର, ପ୍ରବୀଣ ସାର କହିଥିଲେ ଯେ, ପୃଥ୍ୱୀ ଖୁବ୍ ତରତର ହେଉଛନ୍ତି । ଏଇଥି ପାଇଁ ପନ୍ତ ଓ ଆୟରଙ୍କୁ ଓପନିଂ ପାଇଁ ପଠାଯାଇଥିଲା । କିନ୍ତୁ ଯେତେବେଳେ ତୃତୀୟ ବଲରେ ଅଧିନାୟକ ଆୟର ଆଉଟ୍ ହୋଇଯାଇଥିଲେ ମୋତେ ପଡିଆକୁ ଓହ୍ଲାଇବାକୁ ପଡିଥିଲା । ଏହାପରେ ବାକି ତିନି ବଲ ପନ୍ତ ହିଁ ଖେଳିଥିଲେ ।
ଏହି ଅବସରରେ ପୃଥ୍ୱୀ ୯୯ ରନରେ ନିଜର ଉଇକେଟ ହରାଇବା ସଂପର୍କରେ କହିଛନ୍ତି ଯେ, ମୁସ୍କିଲ ସମୟରେ ମ୍ୟାଚ୍ ଶୀଘ୍ର ଶେଷ କରିବା ପାଇଁ ଚାହିଁଥିଲି । ଗୋଟିଏ ଓଭରରେ ଦୁଇଚି ଚୌକା ଲଗାଇବା ପରେ ମହତ୍ତ୍ୱପୂର୍ଣ୍ଣ ଚେଜ୍ କରିବାକୁ ଚାହିଁଥିଲା । ଏଇଥିପାଇଁ ମୁଁ ମୋର ଯୋଜନା ବଦଳାଇଥିଲି । ମୋତେ ଲାଗୁଥିଲା ଯେ, ପିଚ୍ କିଛିଟା ପରିବର୍ତ୍ତନ ହୋଇଯାଇଛି । କୁଲଦୀପ ଓ ପିୟୁଷଙ୍କୁ ଭଲ ଟର୍ଣ୍ଣିଂ ମିଳୁଛି । ଆମ ବ୍ୟାଟିଂ ମୁସ୍କିଲ ହୋଇଯାଇଥିଲା କାରଣ ତାଙ୍କର ଧିମା ବୋଲିଂ ଭଲ କାମ କରିଥିଲା ।

Loading...
>