ଶୁଭାରମ୍ଭ ହେଲା ଫିଟ୍ ଇଣ୍ଡିଆ ମୁଭମେଣ୍ଟ

ନୂଆଦିଲ୍ଲୀ :ସ୍ୱଚ୍ଛ ଭାରତ ଅଭିଯାନ ଏବଂ ଯୋଗ ଦିବସକୁ ସଫଳତାର ସହ ବିଶ୍ୱବ୍ୟାପୀ କରିବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରୀଡା ଦିବସ ଅବସରରେ ଆଜି ଫିଟ୍ ଇଣ୍ଡିଆ ମୁଭମେଣ୍ଟର ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନ ୨୩ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଚାଲିବ । ଚାରି ବର୍ଷ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ପ୍ରତିବର୍ଷ କିଛି କିଛି ନୂଆ କ୍ୟାମ୍ପେନ ଆରମ୍ଭ ହେବ । ପ୍ରଥମ ବର୍ଷ ଫିଜିକାଲ ଫିଟନେସ୍ ଅଭିଯାନ କରାଯିବ । ଏହାପରେ ଦ୍ୱିତୀୟ ବର୍ଷ ଆଡଲକୁ ନେଇ, ତୃତୀୟ ବର୍ଷ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ, ଓ ଚତୁର୍ଥ ବର୍ଷ ରୋଗରୁ ଦୂରରେ ରହିବା ପାଇଁ କ୍ୟାମ୍ପେନ ଆରମ୍ଭ କରାଯିବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି, ଏଠାରେ ଏପରି ବହୁ ଲୋକ ଅଛନ୍ତି ଯେଉଁମାନେ ସ୍କୁଲ କଲେଜ ଯାଉ ନାହାଁନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ ଏବେ ବି ଜଣେ ଛାତ୍ର ଅଛନ୍ତି । ଆଜିର ଦିନରେ ଆମକୁ ମେଜର ଧ୍ୟାନଚାନ୍ଦଙ୍କ ଭଳି ଖେଳାଳୀ ମିଳିଥିଲେ । ଫିଟ ଇଣ୍ଟିଆ ମୁଭମେଣ୍ଟ ଶୁଭାରମ୍ଭ କରିବା ପାଇଁ ଆଜି ଠାରୁ ଅନ୍ୟ କୌଣସୀ ଦିନ ଭଲ ହୋଇ ପାରିବ ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ଏହି କାର୍ଯ୍ୟକ୍ରମରେ ଦର୍ଶାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ପ୍ରଶଂସା କରିଛନ୍ତି । ଏହି ଅଭିଯାନରେ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯୋଡି ହେବାକୁ ମୋଦୀ ଆହ୍ୱାନ ଦେଇଛନ୍ତି । ଏଥି ସହିତ ଭାରତ ପାଇଁ ସମସ୍ତେ ମିଶି କିଛି ନୂତନ ଲକ୍ଷ୍ୟ ନିର୍ଦ୍ଧାରଣ କରିବାକୁ ମୋଦୀ କହିଛନ୍ତି ।

ଏହି ଅବସରରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିଅମରେ ହେଉଥିବା କାର୍ଯ୍ୟକ୍ରମରେ ଉତ୍ସବ ଗୁଡିକୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଯୋଡି ଉପସ୍ଥାପନ କରାଯାଇଛି । ଏଥିରେ ସେହି ଖେଳାଳୀମାନଙ୍କ ବିଷୟରେ ମଧ୍ୟ ପ୍ରଦର୍ଶନ କରାଯାଇଛି ଯେଉଁମାନେ ଫିଟ୍ ହେବା ପରେ ଭାରତ ପାଇଁ ବହୁ ମେଡାଲ ଆଣି ଦେଇଛନ୍ତି । ବହୁ ଶିଶୁମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେମାନେ ଫିଟନେସର ବାର୍ତ୍ତା ପ୍ରେରଣ କରିଥିଲେ । ଶିଶୁମାନେ କହିଛନ୍ତି କି, ଆଜିଠାରୁ ମୋବାଇଲ ଏବଂ ଟିଭି ଚାଡି ଫିଟନେସ ଉପରେ ଧ୍ୟାନ ଦିଅନ୍ତୁ । ଫାଷ୍ଟଫୁଡ୍ ଛାଡି ଫଳ ଖାଆନ୍ତୁ । ସର୍ବଦା ଖାଇବା ପୂର୍ବରୁ ହାତ ଧୁଅନ୍ତୁ ଭଳି କୁନିକୁନି ଶିଶୁମାନେ ମୂଲ୍ୟବାନ ବାର୍ତ୍ତା ଦେଇଥିଲେ ।

ଅଗଷ୍ଟ ୨୯କୁ ଯାଦୁଗର ଧ୍ୟାନଚାନ୍ଦଙ୍କର ଜନ୍ମଦିନକୁ ଭାରତରେ ପ୍ରତିବର୍ଷ ରାଷ୍ଟ୍ରୀୟ କ୍ରୀଡା ଦିବସ ରୂପେ ପାଳନ କରାଯାଏ । ଫିଟ ଇଣ୍ଡିଆ ଅଭିଯାନରେ ଉଦ୍ୟୋଗ ଜଗତ, ଫିଲ୍ମ ଜଗତ, କ୍ରୀଡା ଜଗତ ବ୍ୟତୀତ ବହୁ ବରିଷ୍ଠ ଲୋକ ସାମିଲ ହେବେ । ଭାରତ ସରକାରଙ୍କର କ୍ରୀଡା ମନ୍ତ୍ରାଳୟ ଅପେକ୍ଷା, ମାନବ ସଂଶାଧନ ବିକାଶ ମନ୍ତ୍ରାଳୟ, ପଞ୍ଚାୟତି ରାଜ ମନ୍ତ୍ରାଳୟ, ବୃଦ୍ଧ, ଯୁବକ, ମହିଳା, ଶିଶୁ ଆଦି ସମସ୍ତଙ୍କ ପାଇଁ ଏହି ଅଭିଯାନ ବେଶ୍ ରୋଚକ ରହିବ ।

Loading...
Loading...
>