ମା’ଗଙ୍ଗା ସହରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ସୋ’ ଆରମ୍ଭ

ବାରଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସଂସଦୀୟ କ୍ଷେତ୍ର ବାରାଣାସୀରେ ସଂଧ୍ୟା ୫ଟାରେ ରୋଡ ସୋ’ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ରୋଡ ସୋ’ ଆରମ୍ଭ କରିବା ପୂର୍ବରୁ ପି. ମଦନ ମୋହନ ମାଳବୀୟଙ୍କ ପ୍ରତିମାରେ ମାଲ୍ୟର୍ପଣ କରିଥିଲେ । ଉପସ୍ଥିତ ଜନତାଙ୍କୁ ବିନମ୍ର ପ୍ରଣାମ କରିଥିଲେ । ପରେ ଏକ ଖୋଲା ଗାଡିରେ ରୋଡ ସୋ’ ଆରମ୍ଭ କରିଥିଲେ । ରୋଡ ସୋ’ ଜରିଆରେ ଦଳର ଶକ୍ତି ପ୍ରଦର୍ଶନ କରିଛନ୍ତି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଏହି ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ । ରୋଡି ସୋ’ରେ ବିଜେପିର ହଜାର ହଜାର ସମର୍ଥକ ସାମିଲ ହୋଇଥିଲେ । ରୋଡ ସୋ’କୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ରୋଡ ସୋ’ ଲଙ୍କାଠାରୁ ଆରମ୍ଭ ହୋଇ ଦଶାଶ୍ୱମେଧ ଘାଟରେ ପହଞ୍ଚିବ ବୋଲି ଜଣାପଡିଛି । ରୋଡ ସୋ’ ପାଖାପାଖି ୭ କିଲୋମିଟର ହେବ । ୧୦୧ଟି ଜାଗାରେ ପ୍ରଧାନମନ୍ତ୍ରୀ ମୋଦି ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବେ ।

Loading...
>