ନାଲକୋ ଅଧ୍ୟକ୍ଷଙ୍କ ଦ୍ୱାରା ପୁଲୱାମା ଶହୀଦ ମନୋଜ କୁମାର ବେହେରାଙ୍କ ପିତାମାତାଙ୍କୁ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଦେଶମାତୃକା ପାଇଁ ବଳିଦାନ ଦେଇଥିବା ବୀର ଶହୀଦମାନଙ୍କୁ ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପୁରୀର ଐତିହ୍ୟସମ୍ପନ୍ନ ପୁରୀ କ୍ଲବ୍ର ୯୧ତମ ପ୍ରତିଷ୍ଠା ଦିବସ ଅବସରରେ ଡଃ ଚାନ୍ଦ ପୁଲ୍ୱାମା ଶହୀଦ ଶ୍ରୀ ମନୋଜ କୁମାର ବେହେରାଙ୍କ ପିତାମାତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଏହି ଅବସରରେ, ଡଃ ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏସ୍ଜେଟିଏର ମୁଖ୍ୟ ପ୍ରଶାସକ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର, ପୁରୀର ଜିଲ୍ଲାପାଳ ଶ୍ରୀ ଜ୍ୟୋତିପ୍ରକାଶ ଦାସ, ପୁରୀ ଏସ୍ପି ଡଃ ଉମାଶଙ୍କର ଦାଶ, ଡିଏଫ୍ଓ ଶ୍ରୀ ହର୍ଷବର୍ଦ୍ଧନ ଉଦ୍ଗାତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଡଃ ଚାନ୍ଦଙ୍କୁ ହେରିଟେଜ୍ କ୍ଲବ୍ ପକ୍ଷରୁ ଅନରାରୀ ସଦସ୍ୟ ଭାବେ ଗ୍ରହଣ କରାଯାଇଛି ଏବଂ ପୁରୀ କ୍ଲବ୍ର ଅଧ୍ୟକ୍ଷ ଶ୍ରୀ ଜ୍ୟୋତିପ୍ରକାଶ ଦାସଙ୍କ ଦ୍ୱାରା ପୁରୀ କ୍ଲବ୍ର ସଦସ୍ୟତା ପ୍ରଦାନ କରାଯାଇଛି ।

Loading...
>