ଯିଏ ନିୟମ ଭାଙ୍ଗିବ ସେ ଜରିମାନା ଦେବ- ଗଡକରୀ

ନୂଆଦିଲ୍ଲୀ:କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଟ୍ରାଫିକ ଜରିମାନା ଆଦାୟକୁ ନେଇ ବୟାନ ରଖିଛନ୍ତି । ଏହି ଜରିମାନା ବିଚାର କରି ଲାଗୁ ହୋଇଛି । ଲୋକଙ୍କ ପାଇଁ ଧନଠାରୁ ଜୀବନ ବେଶୀ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।ଗଡକରୀ କହିଛନ୍ତି ଯେ, ଲୋକମାନେ ନିୟମ ଭାଙ୍ଗୁଛନ୍ତି । ସେମାନେ ଜରିମାନା ମଧ୍ୟ ଦେଉଛନ୍ତି । ଯଦି କେହି ନିୟମ ଭାଙ୍ଗୁ ନାହିଁ ତେବେ ତାହାକୁ ଜରିମାନା ଭରିବାକୁ ପଡିବ ନାହିଁ । ରେଡ୍ ଲାଇଟ ନିୟମ ଭାଙ୍ଗିବା ହେତୁ ଦୁର୍ଘଟଣା ହେଉଛି । ଜୀବନ ହାନୀ ହେଉଛି । ଯଦି ସେମାନେ ଆଇନକୁ ଡରିବେ ତେବେ ନିୟମକୁ ପାଳିବେ । ଆଗରୁ ଜରିମାନା ରାଶି କମ ଥିବାରୁ ନିୟମ ମାନୁ ନଥିଲେ । ଏବେ ନିୟମ କଡାକଡି ହୋଇଛି । ଏହାକୁ ରୋକା ଯିବ ନାହିଁ । ଏହା ଆସିବା ପରେ ଲୋକ ହେଲମେଟ, ଲାଇସେନ୍ସ ଓ ବୀମା ପାଇଁ ସଚେତନ ହେଉଛନ୍ତି  । ଏଥିରେ ହଜାର ହଜାର ଜୀବନ ବଂଚିଯିବ ।କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ଲୋକ ତାଙ୍କର ଇନୋଭେଟିଭ୍ ଆଇଡିଆର ମଜାକ ଉଡାଇଥାନ୍ତି । ଏପରିକି ସେ ମୁତ୍ର ଏକତ୍ର କରିବା ପାଇଁ କହିଥିଲେ । ଯାହା ୟୁରିଆ ଆମଦାନୀ ହ୍ରାସ କରିବ । କିନ୍ତୁ ଜନତା ଏହାର ମଜାକ ଉଡାଇଥିଲେ ।

Loading...
>