ନିର୍ଭୟା କାଣ୍ଡ: ୩ ଅଭିଯୁକ୍ତଙ୍କ ଫାଶୀଦଣ୍ଡ କାଏମ୍‌

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାକ୍ରାର ଓ ହତ୍ୟାଘଟଣାର ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣ ସେମାନଙ୍କ ମୃତ୍ୟୁଦଣ୍ଡ ର ପୁର୍ନବିଚାର ପାଇଁ ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଛନ୍ତି । ସୁପ୍ରିମକୋର୍ଟ ସେମାନଙ୍କର ମୃତ୍ୟୁଦଣ୍ଡକୁ କାଏମ୍ ରଖିଛନ୍ତି । ମୁଖ୍ୟବିଚାରପତି ଦୀପକ ମିଶ୍ର, ବିଚାରପତି ଆର. ଭାନୁମତୀ ଓ ବିଚାରପତି ଅଶୋକ ଭୁଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ବହୂଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର କରି ଚୂଡାନ୍ତ ରାୟ ଶୁଣାଇଛନ୍ତି। ଫଳରେ ବିରଳରୁ ବିରଳତମ ଅପରାଧ କରିଥିବା ୩ ଅଭିଯୁକ୍ତ ଫାଶୀଖୁଣ୍ଟରେ ଝୁଲିବା ଏକପ୍ରକାର ନିଶ୍ଚିତ ହୋଇଛି। ଅଭିଯୁକ୍ତ ବିନୟ ଶର୍ମା(୨୩), ପଓ୍ଵନ ଗୁପ୍ତା (୨୨) ଓ ମୁକେଶ ସିଂହ (୨୯)ଙ୍କ ପକ୍ଷରୁ ସେମାନଙ୍କ ଦଣ୍ଡର ପୁର୍ନବିଚାର ଆବେଦନ ଖାରଜ କରିଛନ୍ତି ଅଦାଲତ । ତେବେ ମାମଲାର ଚତୁର୍ଥ ଅଭିଯୁକ୍ତ ଏ ପର୍ଯ୍ୟନ୍ତ ରିଭ୍ୟୁ ପିଟିସନ୍‌ କରି ନ ଥିବା ଜଣାଯାଇଛି।

Loading...
>