କଟକରେ ନବୀନଙ୍କ ରୋଡ ସୋ’

କଟକ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝରର ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇ କଟକ ଅଭିମୁଖେ ଆସିଥିଲେ । କଟକରେ ପହଞ୍ଚିବା ପରେ ହାଇଟେକ୍ ବସ୍ ଜରିଆରେ କଟକ ସହରର ବିଭିନ୍ନ ଗଳିକନ୍ଦୀ ବୁଲି ନିର୍ବାଚନ ପ୍ରଚାର କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଆଜି ମୁଁ କଟକ ଆସିଛି, ଆପଣ ମାନେ ଖୁସି ତ ? ଏହା ପରେ ରାସ୍ତା କଡରେ ଥିବା ବହୁ ବିଜେଡି କର୍ମୀମାନେ ନବୀନ ପଟ୍ଟନାୟକ ଜିନ୍ଦାବାଦ, ଶଙ୍ଖ ଚିହ୍ନ ଜିନ୍ଦାବାଦ କହି ତାଙ୍କୁ ସ୍ୱାଗତ କରିଥିଲେ । ସେହିପରି କଟକରୁ ଭବନେଶ୍ୱର ଯାଏ ରୋଡ ସୋ’ କରିବେ ବୋଲି ଜଣାପଡିଛି ।

Loading...
>