ଭଲ ଖବର : ବନ୍ଧୁକ ଛାଡ଼ି ଲଙ୍ଗଳ ଧରିଲେ ମାଓବାଦୀ

ମାଲକାନଗିରି୍: ଏକଦା ଘଞ୍ଚ ଜଙ୍ଗଲ ମଧ୍ୟରେ ବନ୍ଧୁକ ଧରି ସରକାର ବିରୋଧୀ ସ୍ଲୋଗାନ ଦେଇ ନିଜର ଆଧିପତ୍ୟ ଜାହିର କରୁଥିବା ମାଓବାଦୀମାନେ ଆଜି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇ ହଳ କରିବାସହ ଧାନଭାର ବୋହି ଚାଲିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଗୌଡ଼ଗୁଡ଼ା ରାସ୍ତା କଡ଼ରେ । ବିଭିନ୍ନ ସମୟରେ ଲାଲ୍ ସଂଗଠନକୁ ଛାଡ଼ି ଆତ୍ମସମର୍ପଣ କରି ସମ୍ମାନର ସହ ବଞ୍ôଚବାକୁ ଚେଷ୍ଟା କରୁଥିବା ଏହି ଲୋକମାନେ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି । ପୂର୍ବରୁ ଅନ୍ୟର ଲାଲ୍ ରକ୍ତରେ ନିଜର ହାତକୁ ଲାଲ କରୁଥିବା ଆତ୍ମସମର୍ପଣକାରୀ ମାଓବାଦୀମାନେ ବର୍ତ୍ତମାନ ହାତରେ ସବୁଜ ବିପ୍ଲବ ଆଣିବାରେ ସଫଳ ହୋଇଛନ୍ତି । ମାଓନେତା ସୁକଦେବ ଓ ତାଙ୍କ ପତ୍ନୀ ରୁକ୍ମଣୀ ୨୦୧୬ ଜୁଲାଇ ୨୧ରେ ଲାଲ୍ ସଂଗଠନ ଛାଡ଼ି ପୁଲିସ ନିକଟରେ ଆତ୍ମ ସମର୍ପଣ କରିଥିଲେ । ଏହାପରେ ତାଙ୍କୁ ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାୟୀ ୯ ଲକ୍ଷ ଟଙ୍କା ଆର୍ôଥକ ସାହାଯ୍ୟ ସହ ଦେଢ଼ ସେଣ୍ଟ ଲେଖାଏଁ ଘର ପାଇଁ ଜାଗା ମିଳିଥିଲା । ପରବର୍ତ୍ତୀ ଅବସ୍ଥାରେ ସୁକଦେବଙ୍କ ପ୍ରତ୍ସୋହନରେ ମାଓନେତା ସୂର୍ଯ୍ୟ, ରଘୁ, ଦିନେଶା ଆତ୍ମସମର୍ପଣ କରିଥିଲେ ।

Loading...
>