ଜାପାନରେ ପ୍ରଧାନମନ୍ତ୍ରୀ ମୋଦି

ଟୋକିଓ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଜାପାନ ଗସ୍ତରେ ଯାଇ ରବିବାର ଜାପାନ ପ୍ରଧାନମନ୍ତ୍ରୀ ଶିଂଜୋ ଆବେଙ୍କ ସହ ସାକ୍ଷାତ୍‌ କରିଛନ୍ତି। ଟୋକିଓର ମାଉଣ୍ଟ ଫୁଜି ହୋଟେଲରେ ଆବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିଛନ୍ତି। ସୂଚନାଯୋଗ୍ୟ, ଏଠାରେ ଅନୁଷ୍ଠିତ ୧୩ତମ ଭାରତ-ଜାପାନ ରାଷ୍ଟ୍ରୀୟ ସମ୍ମିଳନୀରେ ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମ୍ମିଳନୀରେ ୨ ଦେଶ ମଧ୍ୟରେ ଦ୍ୱୀପାକ୍ଷିକ ସମ୍ପର୍କ ମଜଭୂତ କରିବା ନେଇ ବିଚାର ବିମର୍ଷ କରାଯିବ ବୋଲି ଅନୁମାନ କରାଯାଉଛି।
Loading...
>