ଓଡିଶାରେ ସରକାର ଗଢିବ ବିଜେପି : ମୋଦି

ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣି ଓଡିଶା ଗସ୍ତରେ ଆସି ସମ୍ବଲପୁରରେ ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସେ ଏହି ଅବସରରେ କହିଛନ୍ତି ଦିଲ୍ଲୀରେ ପୁଣି ଥରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଢିବ । ସେହିପରି ଓଡିଶା ମଧ୍ୟ ବିଜେପି ପ୍ରଥମ ଥର ପାଇଁ ସରକାର ଗଢିବ ବୋଲି କହିଛନ୍ତି । ଜୟ ଜଗନ୍ନାଥ  ଓ ସମ୍ବଲପୁରୀ ଭାଷାରେ ଜୁହାର କହି ଏହି ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବୋଧନ ଆରମ୍ଭ କରିଥିଲେ। ସେ ଓଡ଼ିଶାର ବରପୁତ୍ରମାନଙ୍କୁ ସ୍ମରଣ କରିଛନ୍ତି।ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି,‘ ଏ ଚୌକିଦାରକୁ ଦେଶବାସୀଙ୍କ ଭଲପାଇବା ଦେଖି ବିରୋଧୀଙ୍କ ହୋସ୍ ଉଡ଼ୁଛି, ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପରେ ବିଶ୍ୱାସ ଆସିଛି ଦିଲ୍ଲୀରେ ପୁଣି ମୋଦୀ ସରକାର ଏବଂ ଓଡ଼ିଶାରେ ବିଜେପି ସରକାର ଗଢ଼ିବ । ’କେନ୍ଦ୍ର ସରକାର ଦେଉଥିବା ଅର୍ଥର ଉପଯେୋଗ  ରାଜ୍ୟ ସରକାର   କରିପାରୁ ନଥିବା କଥା ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କେନ୍ଦ୍ର ସରକାର ୨୯/ ୩୦ ଟଙ୍କାରେ ଚାଉଳ କିଣି ଓଡ଼ିଶାକୁ ପଠାଉଛନ୍ତି। ଓଡ଼ିଶା ସରକାର ସେଥିରେ ମାତ୍ର ଦୁଇଟଙ୍କା ମିଶାଇ  ଟଙ୍କିକିଆ ଚାଉଳ ଦେଉଛନ୍ତି  ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।ଏହି ସଭାରେ ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ନୀତେଶ ଗଙ୍ଗଦେବ, ସମ୍ବଲପୁର ବିଜେପି ବିଧାନସଭା ପ୍ରାର୍ଥୀ ଜୟ ନାରାୟଣ ମିଶ୍ର , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବଂ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ଉପସ୍ଥିତ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁରରେ ବିଜୟ ସଂକଳ୍ପ ସଭାକୁ ସଂବୋଧିତ କରୁଥିବା ବେଳେ ଅପରାହ୍ନରେ ଭୁବନେଶ୍ୱରରେ ରୋଡ ଶୋ’ କରିବେ  ଏବଂ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ବୋଲି ଜଣାଯାଇଛି

Loading...
>