ଏହି ରଙ୍ଗର ପଥର ରୋଷେଇ ଘରେ ଲଗାନ୍ତୁ ନାହିଁ

ବାସ୍ତୁ ଶାସ୍ତ୍ରରେ ଅଗ୍ନି ଏବଂ  ଜଳକୁ ଗୁରୁତ୍ୱ ଦିଆଯାଇଥାଏ। ଜୀବନ ଧାରଣ ପାଇଁ ଏହି ଦୁଇଟିର ରହିଥାଏ ଅଧିକ ମହତ୍ତ୍ୱ। ଘରର ଆର୍ଥିକ ସ୍ଥିତି ସୁଧାରିବାରେ ରୋଷେଇ ଘରର ବିଶେଷ ଭୂମିକା ରହିଥାଏ । କାରଣ ରୋଷେଇ ଘରେ ହିଁ ଜୀବନ ଧାରଣ ଲାଗି ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ଗୃହିଣୀଙ୍କର ଅଧିକାଂଶ ସମୟ ରୋଷେଇ ଘରେ କଟେ । ବାସ୍ତୁ ଦୃଷ୍ଟିରୁ ରୋଷେଇ ଘରର ପରିବେଶ ସକାରାମତ୍କ ହେବା ଆବଶ୍ୟକ ବୋଲି ବାସ୍ତୁରେ ପରାମର୍ଶ ଦିଆଯାଇଥାଏ। ନଚେତ୍‌ ଘର ଉପରେ ଏହାର ସିଧା ସଳଖ ଖରାପ ପ୍ରଭାବ ପଡେ ବୋଲି ରହିଛି ବିଶ୍ୱାସ । ଆଧୁନିକ ଜୀବନଶୈଳୀରେ କେତେକ ରୋଷେଇ ଘରେ ନାନା ରଙ୍ଗର ପଥର ଲଗାଇଥାନ୍ତି। ବାସ୍ତୁ ଅନୁସାରେ ରୋଷେଇ ଘର ପାଇଁ ପଥର ବାଛିବା ସମୟରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଯାହାଦ୍ୱାରା ଧନହାନି ଓ ନକାରାମତ୍କ ଶକ୍ତି ପ୍ରଭାବରୁ ସହଜରେ ମୁକ୍ତି ମିଳିପାରିବ। । ସାଧାରଣତଃ ରୋଷେଇ ଘର ମଇଳା ନ ହେବା ପାଇଁ କେତେକ ଚଟାଣ ଓ ପ୍ଲାଟଫର୍ମରେ କଳାରଙ୍ଗର ଗ୍ରାନାଇଟ୍‌ ପଥର ଲଗାଇଥାନ୍ତି।  ମାତ୍ର ବାସ୍ତୁରେ ଏପରି କରିବାକୁ ବାରଣ  ହୋଇଛି। ଏହା ଘରର ଆର୍ଥିକ ସ୍ଥିତି ପାଇଁ କ୍ଷତିକାରକ ହୋଇଥାଏ । ଏହା ଦ୍ୱାରା ରୋଷେଇଘରେ ନକାରାମତ୍କ ଶକ୍ତି ସହଜରେ ପ୍ରବେଶ କରେ ବୋଲି ରହିଛି ବିଶ୍ୱାସ । ଏହାର  ଖରାପ ପ୍ରଭାବରୁ ମୁକ୍ତି ପାଇବା ଲାଗି ରୋଷେଇଘରେ ଇନଡୋର ପ୍ଲାଣ୍ଟ୍‌ କିମ୍ବା ପ୍ଲାଷ୍ଟିକ୍‌ ଗଛ ଓ ଫୁଲକୁଣ୍ଡ ରଖିଲେ ସୁଫଳ ମିଳିଥାଏ। ରୋଷେଇ ଘରେ ଲଗାଯାଇଥିବା ପଥର ଅନୁସାରେ ଏଠାରେ କାମ କରୁଥିବା ଗୃହିଣୀଙ୍କ ସ୍ବଭାବ ମଧ୍ୟ ପ୍ରଭାବିତ ହୋଇଥାଏ। ରୋଷେଇଘରର ବାତାବରଣକୁ ସକାରାମତ୍କ ରଖିବା ପାଇଁ ସେଠାରେ ରାତିରେ ଶୋଇବା ପୂର୍ବରୁ ଶ୍ରୀକର୍ପୁର ଜଳାଇଲେ ସୁଫଳ ମିଳିଥାଏ । ସେହିପରି  ରୋଷେଇଘରେ ଡାଲି, ମସଲା ତଥା ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଅଧିକ ଦିନ ସାଇତି ରଖିଲେ ଏହା ଘରର ଆର୍ଥିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଏ। ରୋଷେଇଘରେ ଅସରପା ହେଲେ ସୌଭାଗ୍ୟ ଲକ୍ଷ୍ମୀ ଗୃହକର୍ତ୍ତାଙ୍କ ପାଖରୁ ଦୂରେଇ ଯାଇଥାନ୍ତି । ରୋଷେଇଘରକୁ ପରିଷ୍କାର ପରିଚ୍ଛନ୍ନ ରଖିଲେ ଏଠାରେ ଶ୍ରୀଲକ୍ଷ୍ମୀଙ୍କ ନିବାସ ହୋଇଥାଏ ବୋଲି ରହିଛି ବିଶ୍ୱାସ ।

Loading...
>