କାର୍ତ୍ତିକେୟୀଙ୍କ ପୂଜା ପାଇଁ ନତଡା ଗ୍ରାମ ଉତ୍ସବ ମୁଖର

ରାଜକିଶୋରନଗର: କିଶୋରନଗର ବ୍ଲକ ଅନ୍ତର୍ଗତ ନତଡା ଗ୍ରାମରେ କାର୍ତ୍ତିକେୟଙ୍କ ପୂଜା ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଶୁକ୍ରବାରଦିନ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । କାର୍ତ୍ତିକେୟ ପୂଜା କମିଟୀର କର୍ମକର୍ତ୍ତା , ସଭ୍ୟ, ସଭ୍ୟା ଏବଂ ଶ୍ରଦ୍ଧାଳୁ ଭକ୍ତ କଳସ ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ । ଶନିବାରଦିନ ଯଥାରିତୀ ପୂଜାର୍ଚ୍ଚନା ,ଘୃତଯଜ୍ଞ , ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା । ଆୟୋଜକ ପୂଜା କମିଟୀ ତରଫରୁ ବିଭିନ୍ନ ଦିବସରେ ନାମ ସଂକିର୍ତ୍ତନ ଓ ଯାତ୍ରା ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅନୁକୂଳପାଗ ଯୋଗୁଁ ପୂଜା ମଣ୍ଡପରେ ଶ୍ରଦ୍ଧାଳୁ ଭକ୍ତ ଏବଂ ଜନସାଧାରଣଙ୍କର ଭିଡ ପରିଲକ୍ଷିତ ହୋଇଥିଲା । ପ୍ରଭୂ କାର୍ତ୍ତିକେୟଙ୍କ ପୂଜାର୍ଚ୍ଚନା କରି ସାନିଧ୍ୟ ଲାଭ କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତ ନିଷ୍ଠାର ସହିତ ଆରାଧନା କରିଥିଲେ । କାତ୍ତିକେୟ ପୂଜା କମିଟୀର ସଭାପତି ପଦ୍ମଲୋଚନ ବାରିକ୍, ସମ୍ପାଦକ ସୁଜିତ୍ କୁମାର ପ୍ରଧାନ ଏବଂ ସଭ୍ୟମାନଙ୍କର ତତ୍ୱାବଧାନରେ କାର୍ତ୍ତିକେୟୀଙ୍କର ପୂଜା ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଶ୍ରଦ୍ଧାଳୁ ଭକ୍ତ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ । ରବିବାରଦିନ ପୂର୍ଣ୍ଣାହୂତି ଦିଆଯାଇ ଠାକୁରଙ୍କ ପ୍ରତିମୂର୍ତ୍ତି ବିସର୍ଜନ କରାଯାଇଥିଲା । ନତଡା ଗ୍ରାମରେ କାତ୍ତିକେୟଙ୍କ ପୂଜା ପାଇଁ ଦୀର୍ଘ ତିନିଦିନ ଧରି ନତଡା ଗ୍ରାମର ଉତ୍ସବମୁଖର ହୋଇଥିବାବେଳେ ଶାନ୍ତି ଶୃଙ୍ଖଳାସହ ସମ୍ପନ୍ନ ହୋଇଥିବା ଜଣାଯାଏ ।

Loading...
>