fbpx
Home News ୨୧ ଦିନ ଯାଏ ଦେଶକୁ ଲକ ଡାଉନ କଲେ ପ୍ରଧାନମନ୍ତ୍ରୀ

୨୧ ଦିନ ଯାଏ ଦେଶକୁ ଲକ ଡାଉନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଭାଇରସକୁ ଦୃଷ୍ଟିରେ ରଖି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନାକୁ ନକ ଡାଉନ କରିବା ପାଇଁ ମଙ୍ଗଳବାର ରାତି ୧୨ଟାରୁ ସମଗ୍ର ଦେଶରେ ଲକ ଡାଉନ ହେବ। ଏହି ଲକ ଡାଉନ ୨୧ ଦିନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହାର ନାଁ ଲକ ଡାଉନ ରହିଥିଲେ ହେଁ କର୍ଫ୍ୟୁ ଭଳି ଲୋକମାନଙ୍କୁ ଘରୁ ବାହାରିବାକୁ ମନା କରିଛନ୍ତି ମୋଦି।

କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଏଭଳି ଘୋଷଣା କରିଛନ୍ତି। ୨୧ ଦିନ ସମସ୍ତେ ଲକ ଡାଉନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବେ। ଯଦି କେହି ଏହାକୁ ଅଣଦେଖା କରିବ, ତା’ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୋଦି କହିଛନ୍ତି।

କରୋନା ଯେଉଁଭଳି ମହାମାରୀ ରୂପ ଧାରଣ କରିଛନ୍ତି, ଯଦି ୨୧ ଦିନ ଆମେ ଘରେ ନ ରହିବା, ତା’ହେଲେ ଦେଶ ୨୧ ବର୍ଷ ପଛକୁ ଚାଲିଯିବ। ତେଣୁ କରୋନା ପାଇଁ ଭାରତ ସରକାର ବାଧ୍ୟ ହୋଇ ଆଜି ମଧ୍ୟରାତ୍ରରୁ ସମଗ୍ର ଦେଶକୁ ଲକ ଡାଉନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି ଆପଣମାନେ ଘରେ ନ ରହିବେ, ତା’ହେଲେ କିଛି ପରିବାର ସଂପୂର୍ଣ୍ଣ ଲୋପ ପାଇଯିବ। କରୋନା ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ଏଭଳି ପଦକ୍ଷେପ ଜରୁରୀ ଥିଲା। ଆପଣମାନେ ଦେଶର ଯେଉଁଠି ରହିଛନ୍ତି, ଏବେ ସେଇଠାରେ ହିଁ ରୁହନ୍ତୁ ବୋଲି ମୋଦି କହିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଓଡ଼ିଶାବାସୀଙ୍କ ସହଯୋଗ ଓ ସଚେତନତା ପାଇଁ କମ୍ କେସ୍ ଆସିଛି : ସୁବ୍ରତ ବାଗଚୀ

ଭୁବନେଶ୍ୱର: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟର ପ୍ରଥମ ପଜିଟିଭ୍ ୧୫ମାର୍ଚ୍ଚରେ ଜଣାପଡ଼ିଥିଲା । ସେହିପରି ରାଜ୍ୟର...

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ : ସବୁ ଜିଲ୍ଲାରେ ଖୋଲିବ COVID-19 ହସ୍ପିଟାଲ୍

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଲାଗିଛି । ସ୍ଥିତିକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଥିବା...

ଟି-୨୦ ବିଶ୍ୱକପ ନହେଲେ ଆଇପିଏଲ ହେବ : ସୂତ୍ର

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ବହୁ ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲଲ କରାଯାଇଛି । କ୍ରିକେଟର ସବୁଠୁ ବ୍ୟୟବହୁଳ ଓ ଆକର୍ଷଣୀୟ ଇଭେଣ୍ଟ ଆଇପିଏଲକୁ ମଧ୍ୟ...

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

ସାଉଥବଲଣ୍ଡା:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଜ୍ୱାଳାମୁଖୀ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଗତକାଲି ନିଶାର୍ଦ୍ଧରେ ଚିହ୍ନଟ ହୋଇଯାଇଛି । ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୪୦୦ମିଟର ଦୂରରେ ଥିବା ଅରା ବାଉଁଶବଣ ନିକଟସ୍ଥ...

Recent Comments

>