ବଦଳିଲେ ୭ ରାଜ୍ୟର ରାଜ୍ୟପାଳ

ନୂଆଦିଲ୍ଲୀ:ଦେଶର ଅନେକ ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତ କରାଯାଇଛି। ବିହାରର ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ  ଜାମ୍ମୁ ଓ କାଶ୍ମୀରର ଦାୟିତ୍ଵ ଦିଆଯାଇଥିବା ବେଳେ ଲାଲଜି ଟଣ୍ଡନଙ୍କୁ ବିହାରର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଏହି ପରି ୧୦ ବର୍ଷ ପରେ  ଜାମ୍ମୁ ଓ କାଶ୍ମୀରକୁ ମିଳିଛି ନୂତନ ରାଜ୍ୟପାଳ। ଉଲ୍ଲେଖଯୋଗ୍ୟ ଏନଏନ ବୋରା ଜାମ୍ମୁ ଓ କାଶ୍ମୀରର ରାଜ୍ୟପାଳ  ଥିଲେ। ବର୍ତ୍ତମାନ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ଏହି କ୍ରମରେ ସତ୍ୟପାଲ ମଲିକଙ୍କୁ ଜାମ୍ମୁ ଓ କାଶ୍ମୀର, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନିକଟତର ଥିବା ଲାଲଜୀ ଟଣ୍ଡନଙ୍କୁ ବିହାର,  ଗଙ୍ଗା ପ୍ରସାଦଙ୍କୁ ସିକ୍କିମ, ତଥାଗତ ରୟଙ୍କୁ ମେଘାଳୟ ଓ    କପ୍ତାନ ସିଂହ ସୋଲାଙ୍କିଙ୍କୁ ତ୍ରିପୁରାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଏହି ବ୍ୟତୀତ ସତ୍ୟଦେବ ନାରାୟଣଙ୍କୁ ହରିୟାଣାର ରାଜ୍ୟପାଳ ଦାୟିତ୍ଵ ଦିଆଯାଇଛି। ଅନ୍ୟ ପଟେ  ଉତ୍ତରାଖଣ୍ଡର ରାଜ୍ୟପାଳ କାର୍ୟ୍ୟଭାର ରାଣୀ ମୌର୍ୟ୍ୟଙ୍କୁ ପ୍ରଦାନ କରାଯାଇଛି। ସତ୍ୟଦେବ ନାରାୟଣ ନୀତିଶ ସରକାର ଓ  ଲାଲଜୀ ଟଣ୍ଡନ ଉତ୍ତର ପ୍ରଦେଶ ସରକାରରେ ମନ୍ତ୍ରୀ ରହି ସାରିଛନ୍ତି।
Loading...
>