Home News ‘ଜିସାଟ୍-୩୦’ର ସଫଳ ଉତ୍‌କ୍ଷେପଣ,ବଢିବ ଇଣ୍ଟରନେଟ୍ ସ୍ପିଡ୍‌

‘ଜିସାଟ୍-୩୦’ର ସଫଳ ଉତ୍‌କ୍ଷେପଣ,ବଢିବ ଇଣ୍ଟରନେଟ୍ ସ୍ପିଡ୍‌

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ପକ୍ଷରୁ ଟେଲି ଯୋଗାଯୋଗ ସାଟେଲାଇଟ୍‌ ‘ଜିସାଟ୍‌-୩୦’ର ସଫଳ ଉତ୍‌କ୍ଷେପଣ କରାଯାଇଛି । ଶୁକ୍ରବାର ୨.୩୫ମିନିଟ୍ ରେ ଫ୍ରେଞ୍ଚ୍‌ ଗିଆନା ସ୍ଥିତ ‘ଏରିଏନ୍‌-୫ ଭିଏ-୨୫୧’ ଦ୍ବାରା ଏହି ସାଟେଲାଇଟ୍‌ ଉତ୍‌କ୍ଷେପଣ କରାଯାଇଛି । ଇସ୍ରୋ ଅନୁସାରେ ‘ଜିସାଟ୍‌-୩୦’ ଏକ ଟେଲି ଯୋଗାଯୋଗ ସାଟେଲାଇଟ୍‌ । ଏହା ଇନସାଟ୍-୪ଏ ସ୍ଥାନରେ କାମ କରିବ ।

ଇନସାଟ୍-୪ଏର କାର୍ଯ୍ୟକାଳ ଶେଷ ହେବାକୁ ବସିଲାଣି । ଇଣ୍ଟରନେଟ ଟେକ୍ନୋଲଜିରେ ପରିବର୍ତ୍ତନ ହେଉଛି । ଯାହା ଫଳରେ ନୂଆ ଟେକନିକ୍ ର ସାଟେଲାଇଟ୍ ର ଆବଶ୍ୟକତା ରହିଛି । ଏହି ଆବଶ୍ୟକତାକୁ ପୂରଣ କରିବାକୁ ଇସ୍ରୋ ଏହି ସାଟେଲାଇଟ୍ ନିର୍ମାଣ କରିଛି । ଏହା ୧୫ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ ବୋଲି ଇସ୍ରୋ କହିଛି। ଏହା ୨୦୨୦ର ‘ଇସ୍ରୋ’ର ପ୍ରଥମ ସଫଳ ଅଭିଯାନ ବୋଲି କୁହାଯାଉଛି । ସାଟେଲାଇଟ୍ ‘ଜିସାଟ୍‌-୩୦’ ର ଓଜନ ୩୩୫୭ କିଲୋଗ୍ରାମ୍‌ ରହିଛି । ଏହା ଭାରତ ଏବଂ ଏହାର ଦ୍ବୀପାଞ୍ଚଳ ସହ ଉପସାଗରୀୟ ଦେଶ ସମେତ ବହୁ ସଂଖ୍ୟକ ଏସୀୟ ଏବଂ ଅଷ୍ଟ୍ରେଲୀୟ ଦେଶରେ ମଧ୍ୟ ସେବା ଯୋଗାଇ ପାରିବ । ଭାରତର ୪୧ତମ ଯୋଗାଯୋଗ ସାଟେଲାଇଟ୍‌ ‘ଜିସାଟ୍‌-୩୦’ ଦ୍ବାରା ତ୍ବରିତ ବେଗରେ ଟେଲିଭିଜନ୍‌ ପ୍ରସାରଣ, ସାଟେଲାଇଟ୍‌ ଭିତ୍ତିକ ଖବର ସଂଗ୍ରହ ଏବଂ ସିଧାସଳଖ ଘରକୁ ଘର ସେବା ଯୋଗାଇବା ଆଦି କାର୍ଯ୍ୟ କରାଯାଇପାରିବ। ବର୍ତ୍ତମାନ ମହାକାଶରେ କାର୍ଯ୍ୟକ୍ଷମ ଥିବା ୧୯ଟି ଯୋଗାଯୋଗ ସାଟେଲାଇଟ୍‌ ସହ ମିଳି ଭାବେ ଏହା କାମ କରିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଝିଅ ବାହାଘର ପାଇଁ ରଖିଥିଲେ, ସବୁ ଜଳିଗଲା

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଗତକାଲି ରାତି ୧୦ଟା ୩୦ମିନିଟରେ ଅଗ୍ନିକାଣ୍ଡ ଘଟିଥିଲା । ଅଳ୍ପକେ ବର୍ତ୍ତି ଯାଇଛନ୍ତି...

ପୁଣି ଭାରତୀୟ ବ୍ୟାଟ୍ସମ୍ୟାନ ଫେଲ : ଦ୍ୱିତୀୟ ଟେଷ୍ଟରେ ୨୪୨ରେ ଅଟକିଲା

ଖ୍ରୀଷ୍ଟଚର୍ଚ୍ଚ ୨୯।୦୨: ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ୨ଟେଷ୍ଟରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡ...

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଦିନଟି ଶୁଭ ଫଳ ଦାୟକ ହେବ । ଗୃହ ଭୂମିରେ ଉନ୍ନତିି, ଉତ୍ତମ ବନ୍ଧୁ ସମ୍ପର୍କ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ, ଅର୍ଥାଗମ, ଗୃହରେ ଅତିଥି ସମାଗମ ଓ ଦୂର...

ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପୁରୀ: ଗତକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସକାଳ ୮ଟା ୧୦ରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ...

Recent Comments

>