ସାମ୍ନାକୁ ଆସିଲା ଇଶାଙ୍କ ବାହାଘର କାର୍ଡ, ସୋସିଆଲ ମିଡିଆରେ ଭାଇରାଲ

ମୁମ୍ବାଇ: କୋଟିପତି ବ୍ୟବସାୟୀ ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀଙ୍କ ଏକମାତ୍ର ଝିଅ ଇଶା ଅମ୍ବାନୀଙ୍କ ବାହାଘର କାର୍ଡ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଆସନ୍ତା ଡିସେମ୍ବରରେ ଇଶା ବିବାହ କରିବାକୁ ଯାଉଥିବା ବେଳେ ଏବେ ସାମ୍ନାକୁ ଆସିଛି ତାଙ୍କର ନିମନ୍ତ୍ରଣ ପତ୍ର। କ୍ରିମ୍‌ କଲର ଏକ ବକ୍ସ ଡିଜାଇନ୍‌ ସହ ଆଉ ଏକ ପିଙ୍କ୍‌ କଲର ବକ୍ସରେ ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କୁ ଦେଖିବାକୁ ମିଳିଛି। ଏବେ ଏହି କାର୍ଡ ସୋସିଆଲ ମିଡିଆରେ ବହୁ ପରିମାଣରେ ଶେୟାର ହେବାରେ ଲାଗିଛି। ଡିସେମ୍ବର ୧୨ରେ ଆୟୋଜିତ ହେବାକୁ ଥିବା ଏହି ବିବାହ ସମ୍ପୂର୍ଣ୍ଣ ଭାରତୀୟ ପରମ୍ପରା ଓ ରିତିନୀତି ଅନୁଯାୟୀ କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଇଶାଙ୍କର ଏନଗେଜ୍‌ମେଣ୍ଟ ପାର୍ଟି ଇଟାଲିର ଲେକ୍‌ କେମୋରେ ବହୁ ଆଡମ୍ବରରେ କରାଯାଇଥିଲା।
Loading...
>