ଆପଣ ହନିମୁନ୍ ଯିବେ କି ?

ଦାର୍ଜିଲିଂ


ଦାର୍ଜିଲିଂର ଥଣ୍ଡା ଜଳବାୟୂ ଭାରତରେ ତାକୁ ସବୁଠାରୁ ରୋମାଣ୍ଟିକ ସ୍ଥାନର ମାନ୍ୟତା ଦେଇଛି । ହିଲଷ୍ଟେସନର ଦେବଦାରୁ ଗଛ, ଚା ବଗିଚା, ପାରମ୍ପରିକ ବଜାର ଏବଂ ସବୁଠାରୁ ପ୍ରସିଦ୍ଧ ଖେଳଣା ଟ୍ରେନର ଯାତ୍ରା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଏହି ଜାଗାକୁ ଥରେ ଗଲେ ଆପଣ ବାରମ୍ବାର ଯିବାକୁ ଚାହିଁବେ । ବତାସିଆ ଲୁପ୍, ରକ୍ ଗାର୍ଡେନ୍, ସିଙ୍ଗମରି ରୋପୱେ, କାଞ୍ଚନଜଙ୍ଗା ପର୍ବତ, ଶାନ୍ତି ଶିବାଳୟ ଦାର୍ଜିଲିଂର ଅନ୍ୟ କେତେକ ମନୋରମ ସ୍ଥାନ । ଆପଣ ସେପ୍ଟେମ୍ବରରୁ ଜାନୁଆରୀ ଭିତରେ ଯିବେ ।
ଉଟି


ଏହା ତାମିଲନାଡ଼ୁ ରାଜ୍ୟର ଏକ ସହର । ଏହି ସ୍ଥାନକୁ ସ୍ୱର୍ଗ ବୋଲି ମଧ୍ୟ କୁହାଯାଇଥାଏ ଏବଂ ଏହା ପୁରା ଦକ୍ଷିଣ ଭାରତର ସବୁଠାରୁ ଆକର୍ଷଣୀୟ ପାହାଡ଼ିଆ ସ୍ଥାନ । ନୀଳଗିରୀ ଖେଳଣା ଟ୍ରେନର ଯାତ୍ରାର ମଜା ସହ ବୋଟାନିକାଲ ଗାର୍ଡେନ, ପାଇକାରା ଡଙ୍ଗାଯାତ୍ରା ଏବଂ ଗ୍ଲେନ୍ ମୋର୍ଗନ ଚା ବଗିଚା ଆପଣ ଉପଭୋଗ କରିବେ । ଆଜିର ବ୍ୟସ୍ତବହୁଳ ଜୀବନରେ ଆମେ ସମସ୍ତେ ପ୍ରାୟ ନିଜର ଶରୀର ପ୍ରତି ଗୁରୁତ୍ୱ ଦେଉଥିବାରୁ ଉଟିରୁ ପରିବେଶ ଅତ୍ୟନ୍ତ ସ୍ୱାସ୍ଥ୍ୟକର । ଅକ୍ଟୋବରରୁ ଜୁନ୍ ମଧ୍ୟରେ ଯିବେ ।
ସିମଲା


ସିମଲାର ରୋମାଣ୍ଟିକ ବାତାବରଣ ଯେକୋ÷ଣସି ହନିମୁନ୍ ଯୋଡ଼ାଙ୍କୁ ପରସ୍ପରର ନିକଟତର କରିନେବ । ସେଠାରେ ସବୁଜ ପାହାଡ଼, ବରଫ ଆଛାଦିତ ପାହାଡ଼, ଖେତ ଏବଂ ବିଶେଷକରି ହିମାଳୟ ପର୍ବତର ସୁନ୍ଦର ଦୃଶ୍ୟ ଅଧିକ ଆକର୍ଷଣୀୟ ଓ ସ୍ମରଣୀୟ । ମନୋଂଜକ ପାର୍କ, ଜଖୁ ମନ୍ଦିର, ମଲ୍, ଭାଇସରଜାଲ ଲଜ୍, ଡୋରେଜ୍ ମଠ ଏବଂ ଚର୍ଚ୍ଚ ଗୁଡ଼ିକ ମନ ମୁଗ୍ଧକର । ସେଠାରେ ବିଭିନ୍ନ ପ୍ରକାର କିଣାବିକା ମଧ୍ୟ କରିପାରିବେ କାରଣ ସେଠାରେ କେତେ ରକମର ସୁନ୍ଦର ହାତ ତିଆରି ଜିନିଷ ବଜାରରେ ମିଳିଥାଏ । ଥଣ୍ଡା ଦିନରେ ଅର୍ଥାତ୍ ଅକ୍ଟୋବରରୁ ମାର୍ଚ୍ଚ ସହ ଖରା ମାସ ଜୁଲାଇରେ ମଧ୍ୟ ଯାଇପାରିବେ ।
କୁଲୁମନାଲୀ


ଶୀତ ଋତୁ ହେଉଛି ସବୁ ବିବାହୀତ ଯୋଡ଼ିଙ୍କ ପାଇଁ ବୁଲିଯିବାର ଉପଯୁକ୍ତ ସମୟ । ଏହି ଦିନରେ ସବୁ ବିବାହୀତ ଦମ୍ପତିଙ୍କ ପାଇଁ କୁଲୁମନାଲୀ ସଠିକ୍ ସ୍ଥାନ । ବରଫରେ ଆଛାଦିତ ପର୍ବତ, ଝରଣା ଆଦି ମନ ମୋହିନିଏ । ପର୍ବତାରୋହଣ, ପେରାବାଇଡିଂ, ରିଭର ରାଫଟିଂ, ବାଇକିଂ, ଲମ୍ବା ପଦଯାତ୍ରା ଏବଂ ସ୍କେଟିଂ ଭଳି ସାହାସିକ ଖେଳର ଆଦିର ବ୍ୟବସ୍ଥା ରହିଛି । ଯିବାର ସର୍ବଶ୍ରେଷ୍ଠ ସମୟ ହେଉଛି ଅକ୍ଟୋବରରୁ ଫେବୃଆରୀ ।
ଲାକ୍ଷାଦ୍ୱୀପ


ଲକ୍ଷଦ୍ୱୀପର ସାମୁଦ୍ରିକ ତଟ, ନୀଳ ସମୁଦ୍ର ଓ ସୁନ୍ଦର ଉଦ୍ୟାନଗୁଡ଼ିକ କେରଳର ରୂପ ଭଳି ଲୋକଙ୍କ ମଧ୍ୟରେ ପରିଚିତ ଲାଭ କରିଛି । କେତେକ ପର୍ଯ୍ୟଟନ ସ୍ଥଳ ହେଉଛି କାବାରତା, ମିନିକୋୟ, ଅଗାତୀ, କଦମତ ଏବଂ ବଂଗାରମ । ଲକ୍ଷଦ୍ୱୀପକୁ ଆପଣ ଅକ୍ଟୋବର ରୁ ଏପ୍ରିଲ ମାସ ମଧ୍ୟରେ ବୁଲିବାଲି ଯାଇପାରନ୍ତି ।
ନେନିତାଲ


ସମଗ୍ର ଉତ୍ତର ଭାରତରେ ନେନିତାଲକୁ ଛୁଟି ଓ ହନିମୁନ୍ ପାଇଁ ସ୍ୱପ୍ନର ଗନ୍ତାଘର କୁହାଯିବାରେ କୋ÷ଣସି ସନ୍ଦେହ ନାହିଁ । ରାତିରେ ସେଠି ମହମବତୀ ଆଲୁଆରେ ରାତ୍ରି ଭୋଜନ ବା କ୍ୟାଣ୍ଡେଲ ଲାଇଟ ଡିନର ଆହୁରି ରୋମାଣ୍ଟିକ କରିବ । ଯଦି ନେନିତାଲରେ ଆପଣ ଅଧିକ ଆନନ୍ଦ ଉଠାଇବା ପାଇଁ ଚାହୁଁଛନ୍ତି ତେବେ ସେଠାକାର ପ୍ରସିଦ୍ଧ ମାଲ ରୋଡ଼ର ଭ୍ରମଣ ସହ ବରଫର ମଜା ଉଠାଇପାରିବେ । ତାସହ ଏରିଅଲ ରୋପୱେ, ଜିମ୍ କୋବେଟ୍ ନେନିତାଲ ପାର୍କ ଓ କୋ÷ସାନୀ ପର୍ବତମାଳା ଉପଭୋଗ କରିପାରିବେ । ଯିବାର ସଠିକ ସମୟ ଫେବୃଆରୀରୁ ଜୁନ୍ ଏବଂ ଅକ୍ଟୋବର(ଶୀତ) ।
ଗୋଆ


ଗୋଆକୁ ଭାରତର ସୁନ୍ଦରତମ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଗଣନା କରାଯାଏ । ପ୍ରାକୃତିକ ସମୁଦ୍ର ତଟ, ନଡ଼ିଆ ଗଛ, ସବୁଜ ଉଦ୍ୟାନ ଓ ବଡ଼ ବଡ଼ ପ୍ରସିଦ୍ଧ ପତ୍ତୃଗାଲ କୋଠା ଗୁଡ଼ିକ ଥିବାରୁ ଏହା ଭାରତର ସଠିକ୍ ହନିମୁନ୍ ସ୍ଥାନ ବୋଲି କୁହାଯିବାରେ କୋ÷ଣସି ସନ୍ଦେହ ନାହିଁ । ଆପଣଙ୍କ ଜୀବନସାଥୀଙ୍କ ସହ ସେଠାରେ ପେରୋସେଲିଂରେ ସ୍ୱାଦିଷ୍ଟ ସାମୁଦ୍ରିକ ଖାଦ୍ୟର ମଜା ନେଇପାରିବେ । ତାଛଡ଼ା ୱାଟର ସ୍ପୋର୍ଟସ, ଗଭୀର ସମୁଦ୍ରରେ ମାଛ ଧରିବା ଏବଂ ରାତିରେ ସମୁଦ୍ର ତଟରେ ସାଥୀଙ୍କ ସହ ଚାଲିବା ଆହୁରି ରୋମାଣ୍ଟିକ କରିଥାଏ । ଫେବୃଆରୀ ରୁ ମେ ମାସ ମଧ୍ୟରେ ଯେକୋ÷ଣସି ସମୟରେ ଯାଇପାରିବେ ।
କେରଳ


କେରଳ ଏକ ଏପରି ରାଜ୍ୟ, ଯେଉଁଠାରେ ହନିମୁନ୍କୁ ମନଭରି ଉପଭୋଗ କରିବାର ଅପୂର୍ବ ଏବଂ ମାଦକତାଭରା ଅନନ୍ୟ ତଥା ଶ୍ରେଷ୍ଠ ପ୍ରାକୃତିକ ସୋ÷ନ୍ଦର୍ଯ୍ୟଭରା ପରିବେଶ ରହିଛି । ଯାହା ନିମିଷକ ମଧ୍ୟରେ ନବ ବିବାହିତଙ୍କୁ ସ୍ୱର୍ଗୀୟ ଓ ଶାସ୍ୱତ ପ୍ରେମରେ ହଜାଇଦେବ । ସୂର୍ଯ୍ୟ ସ୍ନାନ ପରିଚିତ କୋବୋଲମ୍ ସମୁଦ୍ର ତଟ, ମୁନ୍ନାର ଓ ବାୟନାଡ଼ର ପର୍ବତମାଳା ପ୍ରାକୃତିକ ସୋ÷ନ୍ଦର୍ଯ୍ୟକୁ ଆହୁରି ମନ ମତାଣିଆ ଓ ଚିତାକର୍ଷକ କରିଥାଏ । ଆପଣଙ୍କର ହନିମୁନ୍କୁ ଆହୁରି ରୋମାଣ୍ଟିକ ଏବଂ ସୁଃଖଦ କରିବ କୋଚିନ୍/କୋଚ୍ଚି, ଆଲେପେ ଓ କୋଟ୍ଟାୟମ୍ମର ସହର । କେରଳକୁ ଯିବାର ଉପଯୁକ୍ତ ସମୟ ହେଉଛି ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ କୋ÷ଣସି ସମୟରେ ଆପଣ ଯାଇପାରନ୍ତି ।

Loading...
>