Home News ବିଦେଶୀନି ନାବାଳିକାଙ୍କୁ ଜବରଦସ୍ତ କିସ୍ କରି ଜେଲ୍ ଗଲେ ହୋଟେଲ କର୍ମଚାରୀ

ବିଦେଶୀନି ନାବାଳିକାଙ୍କୁ ଜବରଦସ୍ତ କିସ୍ କରି ଜେଲ୍ ଗଲେ ହୋଟେଲ କର୍ମଚାରୀ

ଆହ୍ଲାବାଦ :ସହରର ଏକ ହୋଟେଲ କର୍ମଚାରୀ ଜଣେ ନାବାଳିକା ବିଦେଶିନୀ ଯୁବତୀଙ୍କୁ ଜବରଦସ୍ତ କିସ୍ କରିବା ତାହା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ଘଟଣାରେ ଅଭିଯୁକ୍ତ ଯୁବକଙ୍କୁ ଜେଲ ଯିବାକୁ ପଡିଛି । ସହରର ସାବିଳ ଲାଇନ୍ସ ୍ଅଂଚଳରେ ଥିବା ଏକ ହୋଟେଲରେ ଏହି ଘଟଣା ଘଟିଛି । ପୀଡିତାଙ୍କ ପରିବାର ଲୋକ ଘଟଣା ସଂପର୍କରେ ପୁଲିସରେ ଅଭିଯୋଗ କରିବା ପରେ ଯୁବକକୁ ପୁଲିସ ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତଙ୍କ ବିରୋଧରେ ପାସ୍କୋ ଆକ୍ଟ କେସ୍ ରୁଜୁ କରାଯାଇଛି । ଅଭିଯୁକ୍ତକୁ କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ବିଚାରବିଭାଗୀୟ ଜେଲକୁ ୧୪ ଦିନ ପଠାଇ ଦିଆଯାଇଛି । ପୁଲିସର ସୂଚନା ଅନୁଯାୟୀ ପୀଡିତାଙ୍କ ପରିବାର ସ୍ପେନରେ ରହୁନ୍ତି । ଏବେ ସେମାନଙ୍କ ଭାରତ ବୁଲିବାକୁ ଆସିଛନ୍ତି । ଏହି ପରିବାର ତିନ ଦିନ ଆଗରୁ ଆହ୍ଲାବାଦ ପହଞ୍ଚିଥିଲେ । ହୋଟେଲ କାହ୍ନା ଶ୍ୟାମରେ ରହିବା ସମୟରେ ହୋଟେଲ କର୍ମଚାରୀ ରାଜୁ ୧୭ ବର୍ଷୀୟ ଯୁବତୀଙ୍କ ସହିତ ସେଲ୍ଫି ନେବାକୁ ଇଚ୍ଛା କରିଥିଲେ । ଯୁବତୀ ଜଣକ ମଧ୍ୟ ରାଜୁଙ୍କ କଥାରେ ସେଲ୍ଫି ନେବା ପାଇଁ ରାଜି ହୋଇଯାଇଥିଲେ । କିନ୍ତୁ ସେହି ସମୟରେ ଅଭିଯୁକ୍ତ ରାଜୁ ନାବାଳିକା ଯୁବତୀଙ୍କୁ ଜବରଦସ୍ତ କିସ୍ ସହ ଅସଦାଚରଣ କରିଥିଲେ । ଏହି ଘଟଣା ଦେଖି ପାଖରେ ଥିବା ଅନ୍ୟ ହୋଟେଲ କର୍ମଚାରୀ ଓ ପରିବାର ଲୋକ ପୀଡିତାଙ୍କୁ ଉଦ୍ଧାର କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଝିଅ ବାହାଘର ପାଇଁ ରଖିଥିଲେ, ସବୁ ଜଳିଗଲା

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଗତକାଲି ରାତି ୧୦ଟା ୩୦ମିନିଟରେ ଅଗ୍ନିକାଣ୍ଡ ଘଟିଥିଲା । ଅଳ୍ପକେ ବର୍ତ୍ତି ଯାଇଛନ୍ତି...

ପୁଣି ଭାରତୀୟ ବ୍ୟାଟ୍ସମ୍ୟାନ ଫେଲ : ଦ୍ୱିତୀୟ ଟେଷ୍ଟରେ ୨୪୨ରେ ଅଟକିଲା

ଖ୍ରୀଷ୍ଟଚର୍ଚ୍ଚ ୨୯।୦୨: ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ୨ଟେଷ୍ଟରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡ...

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଦିନଟି ଶୁଭ ଫଳ ଦାୟକ ହେବ । ଗୃହ ଭୂମିରେ ଉନ୍ନତିି, ଉତ୍ତମ ବନ୍ଧୁ ସମ୍ପର୍କ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ, ଅର୍ଥାଗମ, ଗୃହରେ ଅତିଥି ସମାଗମ ଓ ଦୂର...

ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପୁରୀ: ଗତକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସକାଳ ୮ଟା ୧୦ରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ...

Recent Comments

>