Home News ସାନଭାଇର ଟାଙ୍ଗିଆ ଚୋଟରେ ବଡଭାଇ ମୃତ, ଅଭିଯୁକ୍ତ ଥାନାରେ ଅଟକ

ସାନଭାଇର ଟାଙ୍ଗିଆ ଚୋଟରେ ବଡଭାଇ ମୃତ, ଅଭିଯୁକ୍ତ ଥାନାରେ ଅଟକ

ନୂଆପଦା : ସାନଭାଇର ଟାଙ୍ଗିଆ ଚୋଟରେ ବଡ ଭାଇର ମୃତ୍ୟୁ ହୋଇଛି । ନୂଆପଡା ଜିଲ୍ଲା କୋମନା ବ୍ଲକ୍ ସଦର ଟାଉନ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ମୃତକ ଶିବ ହରପାଲ । ଘଟଣାସ୍ଥଳରେ  ପୋଲିସ ସହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ସାନଭାଇକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।ସୂଚନାଯୋଗ୍ୟ ଯେ, ଶୁକ୍ରବାର ସଂଧ୍ୟାରେ କୌଣସି କାରଣରୁ ଦୁଇ ଭାଇ ଶିବ ହରପାଲ ଓ ବିଦ୍ୟା ହରପାଲ ମଧ୍ୟରେ ଝଗଡା ହୋଇଥିଲା । ଗଣ୍ଡଗୋଳ ଏତେ ଭୟଙ୍କର ହୋଇଥିବା ଯେ, ଘର ନିକଟରେ ଥିବା ରାସ୍ତା ଉପହରେ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । କିଛି ସମୟ ପରେ ସାନଭାଇ ବିଦ୍ୟା ଅତ୍ୟନ୍ତ ରାଗିଯାଇ ନିକଟରେ ପଡିଥିବା ଟାଙ୍ଗିଆରେ ବଡଭାଇ ଶିବ ହରପାଲଙ୍କୁ ଆକ୍ରମଣ କରିଥିଲା । ଟାଙ୍ଗିଆ ଆକ୍ରମଣରେ ବଡଭାଇ ଗୁରୁତର ହୋଇଥିଲେ , ତାଙ୍କୁ ନିକଟସ୍ଥ କୋମନା ମେଡ଼ିକାଲରେ ଭର୍ତ୍ତି କରିଥିଲେ ।ଶିବଙ୍କୁ ଅଧିକ ଚିକିତ୍ସା ପାଇ ନୂଆପଡା ମେଡିକାଲକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଅନୁମାନ କରାଯାଉଛି । ମୃତ୍ୟୁବରଣ କରିଥିବା ଶିବ ହରପାଲଙ୍କ ବୟସ ୨୭ ବର୍ଷ ହୋଇଥିବା ବେଳେ ସେ ବିବାହିତ ଏବଂ ତାଙ୍କର ଏକ ସନ୍ତାନ ଥିବା ଜଣାପଡିଛି। ତେବେ ହତ୍ୟାକାଣ୍ଡ ନେଇ କୋମନା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ପୋଲିସ ଅଭିଯୋଗ ଆଧାରରେ ସାନଭାଇ ବିଦ୍ୟାକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣାପଡିଛି । ପୋଲିସର ପ୍ରାଥମିକ ତଦନ୍ତରୁ ଏହା ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ପଡିଆକୁ ଫେରିଲେ ହାର୍ଦ୍ଦିକ : ଚୌକା-ଛକାର ବର୍ଷା କଲେ

ନୂଆଦିଲ୍ଲୀ : ଡିୱାଇ ପାଟିଲ ଟି-୨୦ କପରେ ବ୍ୟାଙ୍କ ଅଫ୍ ବରୋଦା ବିପକ୍ଷ ମ୍ୟାଚ୍ ରିଲାଏନ୍ସ-୧ ଟିମ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାୱାନ ଆଜି ଖେଳିଛନ୍ତି ।...

ଜମାଟୋର ଏହି ଡେଲିଭରୀ ପିଲାର ଫ୍ୟାନ୍ ହେଲେ ଲୋକେ, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ

ସୋସିଆଲ ମିଡିଆରେ ଏବେ ଜମାଟୋ ଡେଲିଭରୀ ପିଲାଙ୍କ ଏକ ଭିଡିଓ ଖୁବ୍ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହି ଡେଲିଭରୀ ପିଲାର ଫ୍ୟାନ ପାଲଟି ଗଲେଣି । କିନ୍ତୁ କାହିଁକି ?...

ନିର୍ଭୟା ମାମଲା : ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ଯାଚିକା ଦାଖଲ କଲେ ପବନ, ମାଗିଲେ ଏହି ସଜା

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଚତୁର୍ଥ ଦୋଷୀ ପବନ କୁମାର ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ ସୁଧାରାତ୍ମକ ଯାଚିକା ଦାୟର କରି ଫାଶୀ ବଦଳରେ ଆଜୀବନ ଜେଲ୍ ସଜା ଦେବାକୁ...

ନବୀନ ନିବାସରେ ଏକାଠି ଖାଇଲେ ଶାହ, ନୀତିଶ, ମମତା, ନବୀନ, ଧର୍ମେନ୍ଦ୍ର

ଭୁବନେଶ୍ୱର : ପୂର୍ବାଞ୍ଚଳ ଆଞ୍ଚଳିକ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । ଏଥିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

Recent Comments

>