Home News ସାରାଙ୍କ ଫିଲ୍ମ ‘ଲଭ୍ ଆଜ୍ କଲ୍୨’ର ଟ୍ରେଲର ଦେଖି ସୈଫ କହିଲେ ଏମିତି କଥା…

ସାରାଙ୍କ ଫିଲ୍ମ ‘ଲଭ୍ ଆଜ୍ କଲ୍୨’ର ଟ୍ରେଲର ଦେଖି ସୈଫ କହିଲେ ଏମିତି କଥା…

ମୁମ୍ବାଇ୧୯|୧: କାର୍ତ୍ତିକ ଆର୍ଯ୍ୟାନ୍ ଓ ସାରା ଅଲୀ ଖାନଙ୍କ ଅପକମିଂ ଫିଲ୍ମ ‘ଲଭ୍‌ ଆଜକଲ୍‌ ୨’ର ଟ୍ରେଲର ରିଲିଜ ହେବା ପରେ ଦର୍ଶକ ଏହି ଫିଲ୍ମ ରିଲିଜ ହେବା ଅପେକ୍ଷାରେ ଅଛନ୍ତି। ୨୦୦୯ ମସିହାରେ ସୈଫ୍ ଅଲୀ ଖାନ୍ ଓ ଦୀପିକା ପାଦୁକୋନ୍‌ଙ୍କୁ ନେଇ ‘ଲଭ୍ ଆଜ୍ କଲ୍’ ଫିଲ୍ମ ରିଲିଜ ହୋଇଥିଲା। ଏବେ ଇମ୍‌ତିଆଜ୍ ଅଲୀ ପୁଣି ସେହି ଟାଇଟଲ୍‌ରେ ସାରା ଓ କାର୍ତ୍ତିକଙ୍କୁ ନେଇ ଏକ ନୂଆ ଫିଲ୍ମ ତିଆରି କରିଛନ୍ତି। ତେବେ ନୂଆ ଫିଲ୍ମର ଟ୍ରେଲର କିଛି ପ୍ରଶଂସକଙ୍କୁ ପସନ୍ଦ ଆସିଛି ତ କିଛି ସାରା-କାର୍ତ୍ତିକଙ୍କ ଅଭିନୟକୁ ନେଇ ଟ୍ରୋଲ ମଧ୍ୟ କରିଛନ୍ତି।ସାରାଙ୍କ ପିତା ସୈଫ୍‌ ଅଲ୍ଲୀ ଖାନ୍‌ ଫିଲ୍ମର ଟ୍ରେଲର ଦେଖିବା ପରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ଏକ ସାକ୍ଷାତକାରରେ ସୈଫ କହିଛନ୍ତି ଯେ, ନୂଆ ‘ଲଭ୍ ଆଜ୍ କଲ୍‌’ ଏତେ ଖାସ ହୋଇନାହିଁ। ତାଙ୍କ ଫିଲ୍ମର ଟ୍ରେଲର ସେ ଆଜି ବି ଦେଖିବା ପସନ୍ଦ କରନ୍ତି। ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’ର ଶୁଟିଂ ଆଜିପର୍ଯ୍ୟନ୍ତ ତାଙ୍କୁ ମନେ ଅଛି।ଏହା ସହ ସେ କହିଛନ୍ତି ଯେ, ତାଙ୍କ ଫିଲ୍ମ ତୁଳନାରେ ସାରାଙ୍କ ଫିଲ୍ମର ଟ୍ରେଲର୍ ଭଲ ହୋଇନାହିଁ। ହେଲେ ଏହି ଫିଲ୍ମ ପାଇଁ ଝିଅ ସାରାଙ୍କୁ ସେ ଶୁଭକାମନା ଜଣାଇଛନ୍ତି।୨୦୦୯ ମସିହାରେ ରିଲିଜ ହୋଇଥିବା ‘ଲଭ୍ ଆଜ୍ କଲ୍’ ବକ୍ସ ଅଫିସ୍‌ରେ ହିଟ୍ ହୋଇଥିଲା। ତେବେ ନୂଆ ‘ଲଭ୍ ଆଜ୍ କଲ୍’ ହିଟ୍‌ ହେଉଛି ନା ନାହିଁ ତାହା ଦେଖିବା ବାକି ରହିଛି। ଫିଲ୍ମଟି ଫେବୃଆରୀ ମାସ ୧୪ ତାରିଖରେ ରିଲିଜ୍ ହେବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ପଡିଆକୁ ଫେରିଲେ ହାର୍ଦ୍ଦିକ : ଚୌକା-ଛକାର ବର୍ଷା କଲେ

ନୂଆଦିଲ୍ଲୀ : ଡିୱାଇ ପାଟିଲ ଟି-୨୦ କପରେ ବ୍ୟାଙ୍କ ଅଫ୍ ବରୋଦା ବିପକ୍ଷ ମ୍ୟାଚ୍ ରିଲାଏନ୍ସ-୧ ଟିମ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାୱାନ ଆଜି ଖେଳିଛନ୍ତି ।...

ଜମାଟୋର ଏହି ଡେଲିଭରୀ ପିଲାର ଫ୍ୟାନ୍ ହେଲେ ଲୋକେ, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ

ସୋସିଆଲ ମିଡିଆରେ ଏବେ ଜମାଟୋ ଡେଲିଭରୀ ପିଲାଙ୍କ ଏକ ଭିଡିଓ ଖୁବ୍ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହି ଡେଲିଭରୀ ପିଲାର ଫ୍ୟାନ ପାଲଟି ଗଲେଣି । କିନ୍ତୁ କାହିଁକି ?...

ନିର୍ଭୟା ମାମଲା : ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ଯାଚିକା ଦାଖଲ କଲେ ପବନ, ମାଗିଲେ ଏହି ସଜା

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଚତୁର୍ଥ ଦୋଷୀ ପବନ କୁମାର ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ ସୁଧାରାତ୍ମକ ଯାଚିକା ଦାୟର କରି ଫାଶୀ ବଦଳରେ ଆଜୀବନ ଜେଲ୍ ସଜା ଦେବାକୁ...

ନବୀନ ନିବାସରେ ଏକାଠି ଖାଇଲେ ଶାହ, ନୀତିଶ, ମମତା, ନବୀନ, ଧର୍ମେନ୍ଦ୍ର

ଭୁବନେଶ୍ୱର : ପୂର୍ବାଞ୍ଚଳ ଆଞ୍ଚଳିକ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । ଏଥିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

Recent Comments

>