ସୁଧିର ମହାକୁରଙ୍କ କବିତା ପୁସ୍ତକ “ତୁମର ସେ ପଲଟା ଦିନ’ ଉନ୍ମୋଚିତ

ବୌଦ୍ଧ : ଯୁବକବି ସୁଧିର ମହାକୁରଙ୍କ ଦ୍ୱିତୀୟ କବିତା ପୁସ୍ତକ “ତୁମର ସେ ପଲଟା ଦିନ’ ଗତକାଲି ଏକ ନିରାଡମ୍ବର ଉତ୍ସବରେ ଉନ୍ମୋଚିତ ହୋଇଯାଇଛି । ବୌଦ୍ଧ ସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଶ୍ରେଣୀ କକ୍ଷରେ ଅଧ୍ୟକ୍ଷ ରବିନାରାୟଣ ସାହୁଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟାପକ ବୈକୁଣ୍ଠ ସ୍ୱାଇଁ, ଅଧ୍ୟାପିକା ପ୍ରଜ୍ଞା ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟାରେ ଛାତ୍ର ରାଣାପ୍ରତାପ ପ୍ରଧାନ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯୁବ କବି ସୁଧୀର ମହାକୁରଙ୍କ ପ୍ରଥମ ପୁସ୍ତକ “ପ୍ରିୟତମା’ ପୂର୍ବରୁ ପ୍ରକାଶ ପାଇବା ସହ ପାଠକୀୟ ଆଦୃତି ଲାଭ କରିଛି ।

Loading...
>