ସୋସିଆଲ ମିଡିଆରେ ଖାତା ଖୋଲିଲେ ମାୟାବତୀ

ଲକ୍ଷ୍ନୌ: ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ରାଜନୈତିକ ପାଣିପାଗ ସରଗରମ ହୋଇଗଲାଣି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳମାନେ ପ୍ରଚାର ପାଇଁ ସୋସିଆଲ ମିଡିଆ ବେଶୀ ପ୍ରାଧାନ୍ୟ ଦେଉଛନ୍ତି। ସେଥିପାଇଁ ସୋସିଆଲ ମିଡିଆକୁ ସର୍ବନା ନା କହୁଥିବା ବହୁଜନ ସମାଜବାଦୀ ପାର୍ଟି(ବିଏସପି) ସୁପ୍ରିମୋ ମାୟାବତୀ ନିର୍ବାଚନ ପୂର୍ବରୁ ଟୁଇଟରରେ ନିଜର ଆକାଉଣ୍ଟ ଖୋଲିଛନ୍ତି। ବୁଧବାର ବିଏସପି ପକ୍ଷରୁ ଏକ ପ୍ରେସ ରିଲିଜ୍‌ ଜାରି କରାଯାଇ ଏହି ସୂଚନା ଦିଆଯାଇଛି। ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ବି ଯାଦବ ସୋସିଆଲ ମିଡିଆରେ ମାୟାବତୀଙ୍କୁ ସ୍ବାଗତ କରିଛନ୍ତି।

Loading...
>