କଂଗ୍ରେସକୁ କୁମାରସ୍ୱାମୀଙ୍କ ଚେତାବନୀ- ନିଜ ବିଧାୟକଙ୍କୁ ସମ୍ଭାଳ, ନହେଲେ ସିଏମ୍ ପଦ ଛାଡିଦେବି

ବାଙ୍ଗାଲୋର : କିଛି ଦିନ ହେଲା କର୍ନାଟକ ରାଜନୀତିରେ ହଟଚମଟ ଲାଗିରହିଛି । ଜେଡିଏସ୍ ଓ କଂଗ୍ରେସ ମଧ୍ୟରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ସିଟ୍ ଭାଗବଣ୍ଟାକୁ ନେଇ ଜୋର ଆଲୋଚନା ଚାଲିଛି । ଏହି ସମୟରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ କଂଗ୍ରେସକୁ ପଦ ଛାଡିଦେବାକୁ ଚେତାବନୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସୋମବାର କହିଛନ୍ତି ଯେ, କଂଗ୍ରେସ ନେତାମାନେ ନିଜ ବିଧାୟକମାନଙ୍କୁ ସମ୍ଭଳନ୍ତୁ, ସେମାନେ ସୀମା ପାର କଲେଣି । ଯଦି କଂଗ୍ରେସ ଏମିତି ନକରେ ତେବେ ସେ ସିଏମ୍ ପଦ ଛାଡି ଦେବାକୁ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ, ଏଥିରେ କଂଗ୍ରେସର ହିଁ କ୍ଷତି ହେବ । ସେ କହିଛନ୍ତି କଂଗ୍ରେସ ନେତାମାନେ ନିଜ ବିଧାୟକମାନଙ୍କୁ ସମ୍ଭାଳି ରଖିବା ଉଚିତ୍ ।

Loading...
>