ଘୋଷରରେ ଦୁର୍ଗାପୂଜା ସଂପନ୍ନ

ରାଜକିଶୋରନଗର: ଅନୁଗୋଳ ଜିଲ୍ଲା ରାଜକିଶୋରନଗର ବ୍ଲକ ଅନ୍ତର୍ଗତ ହିମିତିରା ପଞ୍ଚାୟତ ଅଧିନସ୍ଥ ଘୋଷର ଗ୍ରାମରେ ଉତ୍ସାହ ଉଦ୍ଦୀପନାରେ ସହ ଜଗତଜନନୀ ମା’ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୋଇଛି । ପୁଜା କମିଟି ସଭାପତି ସରୋଜ କୁମାର ସାହୁ ଓ ସଂପାଦକ ନରେନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ଏହି ପୂଜା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ।

ସୁଦୃଶ୍ୟ ତୋରଣ, ରଙ୍ଗିନ୍ ଆଲୋକମାଳାରେ ପୂଜା ମଣ୍ଡପ ଝଲସି ଉଠିଥିଲା । ମା’ଙ୍କ ଦର୍ଶନ ପାଇଁ ଗ୍ରାମ ତଥା ଆଖାପାଖ ଗ୍ରାମର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମେଲୋଡି ପରିବେଷଣ ହୋଇଥିଲା । ଏହି ସମସ୍ତ ପୂଜା କାର୍ଯ୍ୟକ୍ରମରେ ଗ୍ରାମ କମିଟି ଓ ମାଁ ମାହେଶ୍ୱରୀ ୟୁଥ୍ କ୍ଲବର ସଦସ୍ୟମାନେ ସକ୍ରିୟଭାବେ ସହଯୋଗ କରିଥିଲେ ।

Loading...
>