ଆର୍‌ଟିଆଇ କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣାରେ ଦୁଇ ସୁପାରୀ କିଲର ସମେତ ୫ ଗିରଫ :ବନ୍ଧୁକ, ଗୁଳି ଓ ମୋବଇଲ ଜବତ

ବାଲିଗୁଡା:କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ଘଟଣାର ରବିବାର ଫର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ୨ ସୁପାରି କିଲର ସମେତ ୫ ଜଣଙ୍କୁ ବାଲିଗୁଡା ପୁଲିସ୍‌ ଗିରଫ କରିଛି। ସେମାନେ ହେଲେ ବାଲିଗୁଡ଼ା ପାଟଖଣ୍ଡା ମନ୍ଦିର ସାମନା ଲୁଗା ଦୋକାନ ବ୍ୟବସାୟୀ କେ.ବିଶ୍ଵଜିତ ପାତ୍ର, ବିଦ୍ୟୁତ୍‌ ବିଭାଗର ଚୁକ୍ତି ଭିତ୍ତିକ କର୍ମଚାରୀ ଏସ୍‌.ଵାଲାଜି ଆଚରି ଓ ରାସ ବିହାରୀ ଦାସ । ତେବେ ଦୁଇ ସୁପାରି କିଲରଙ୍କ ନାଁ ପ୍ରକାଶ କରାଯାଇ ନାହିଁ। ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୩ଟି ଗୁଳି ଓ 6ଟି ମୋବାଇଲ୍‌ ଏବଂ ଗୋଟିଏ ବାଇକ ଜବତ କରାଯାଇଛି। ଏନେଇ ରବିବାର କନ୍ଧମାଳ ଏସ୍‌ପି ପ୍ରତୀକ ସିଂହ ଖବର ଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଘଟଣା ରେ ଆଉ ଜଣେ ଅଭିଯୁକ୍ତ ମଧ୍ୟ ରହିଛନ୍ତି। ସେ ଫେରାର ଥିବାରୁ ସୁପାରି କିଲରଙ୍କ ନାଁ ପ୍ରକାଶ କରିବାକୁ ପୁଲିସ୍‌ ମନା କରିଦେଇଛି। ତେବେ ସୁପାରି କିଲର ଦୁଇ ଜଣ ଗଞ୍ଜାମ ଜିଲ୍ଲା ଅଞ୍ଚଳର ବୋଲି ଜଣାପଡ଼ିଛି। ବାଲିଗୁଡା ଜଗନ୍ନାଥ ମନ୍ଦିର ଦୋକାନ ଗୃହ ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଏସ୍‌ପି କହିଛନ୍ତି। ଅଭିଯୁକ୍ତ କେ.ବିଶ୍ଵଜିତ ପାତ୍ର ଜଗନ୍ନାଥ ମନ୍ଦିର ପରିସରରେ ଏକ ଦୋକାନ ଗୃହ ରହିଛି । କୌଣସି କାରଣରୁ ସେଠାରୁ ତାଙ୍କ ଦୋକାନ ଉଚ୍ଛେଦ କରିବା ପାଇଁ ମନ୍ଦିର ଟ୍ରଷ୍ଟ ତରଫରୁ ନୋଟିସ ଜାରୀ କରାଯାଇଥିଲା l ମନ୍ଦିର ଟ୍ରଷ୍ଟରେ ସ୍ୱର୍ଗତ ପଣ୍ଡା ସଦସ୍ୟ ଥିଲେ ପରେ ପରେ ସୂଚନା ଅଧିକାରୀ କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ସବୁଦିନ ପାଇଁ ଅଭିମନ୍ୟୁ ଙ୍କୁ ରାସ୍ତାରୁ ହଟାଇବା ପାଇଁ କିଛି ଦିନ ତଳେ ଶ୍ରୀ ପାତ୍ର ଏସ୍‌.ଵାଲାଜୀ ଆଚରି ଓ ରାସ ବିହାରୀ ଦାସ ଙ୍କ ସହ ମିଶି ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ। ଏହି ତିନି ଅଭିଯୁକ୍ତ ଦୁଇ ସୁପାରି କିଲରଙ୍କୁ ୧ ଲକ୍ଷ ଟଙ୍କା ଦେଇଥିଲେ। ସେମାନେ ଅଭିମନ୍ୟୁଙ୍କୁ ଡିସେମ୍ବର ୧୦ ତାରିଖରେ ବାଲିଗୁଡ଼ା ସ୍ଥିତ ତାଙ୍କ ବାସଭବନ ସାମ୍ନାରେ ଗୁଳି କରି ହତ୍ୟା କରିଥିଲେ। ହତ୍ୟା କରିବା ପରେ ଦୁଇ ସୁପାରି କିଲର ଆଖି ପିଛୁଳାକେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।ଏ ନେଇ ବାଲିଗୁଡା ଥାନା କେଶ ନଂ.188/19 ଏବଂ ଦଫା.302,25/27 ଆର୍ମସ  ଆକଟ ଓ 34 ଆଇପିସି ପ୍ରକାରେ ମକଦ୍ଧମା ରୁଜୁ ହୋଇ ତଦନ୍ତ ଅବ୍ୟାହତ ରହିଥିବା ପ୍ରକାଶ କରିଥିଲେ l

Loading...
>