ସାଧାରଣତନ୍ତ୍ର ଦିବସ : ଆସନ୍ତୁ ଜାଣିବା କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର : ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ କେଉଁ ଜିଲ୍ଲାରେ କିଏ ପ୍ୟାରେଡ ଅଭିବାଦନ ଓ ପତାକା ଉତ୍ତୋଳନ କରିବେ ଏ ନେଇ ଆଜି ତାଲିକା ସଂସଦୀୟ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ରାଜ୍ୟପାଳ ଡ. ଗଣେଶୀ ଲାଲ ରାଜ୍ୟସ୍ତରୀୟ ପ୍ୟାରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକରେ ପତକା ଉତ୍ତୋଳନ କରିବେ । ତାଲିକା ଅନୁଯାୟୀ, ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ବାଲେଶ୍ୱରୀ, ନିରଞ୍ଜନ ପୂଜାରୀ ନୂଆପଡା, ପ୍ରଫୁଲ୍ଲ ସାମଲ ଯାଜପୁର, ମହେଶ୍ୱର ମହାନ୍ତି ଢେଙ୍କାନାଳ, ଶଶିଭୂଷଣ ବେହେରା ପୁରୀ, ପ୍ରତାପ ଜେନା କଳାହାଣ୍ଡି, ରମେଶ ଚନ୍ଦ୍ର ମାଝୀ ଅନୁଗୁଳ, ପ୍ରଫୁଲ୍ଲ ମଲ୍ଲିକ ସମ୍ବଲପୁର, ଅଶୋକ ଚନ୍ଦ୍ର ପଣ୍ଡା ରାୟଗଡା, ସ୍ନେହାଙ୍ଗିନୀ ଛୁରିଆ ସୁନ୍ଦରଗଡ, ନୃସିଂହ ଚରଣ ସାହୁ ନବରଙ୍ଗପୁର, ସୁଶାନ୍ତ ସିଂ ମାଲକାନାଗିରି, ଅନନ୍ତ ଦାସ ଗଞ୍ଜାମ, ଚନ୍ଦ୍ରସାରଥୀ ବେହେରା କୋରାପୁଟରେ ଅଭିବାଦନ ଗ୍ରହଣ କରିବେ । ସେହିଭଳି ଆର୍ଡିସି ଦକ୍ଷିଣାଞ୍ଚଳ ବ୍ରହ୍ମପୁର, ଆର୍ଡିସି ଉତ୍ତରାଞ୍ଚଳ ରାଉରକେଲା ବୌଦ୍ଧ, ବଲାଙ୍ଗୀର, ବରଗଡ, ଭଦ୍ରକ, ଦେବଗଡ, ଜଗତସିଂପୁର, ଝାରସୁଗୁଡା, କେନ୍ଦ୍ରାପଡା, ଖୋର୍ଦ୍ଧା, କେନ୍ଦୁଝର, ନୟାଗଡ ଓ ସୋନପୁରରେ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ ।

Loading...
>