ଜଳିଗଲା ତିନି ବଖରା ଘର

ରାଜକିଶୋରନଗର : କିଶୋରନଗର ବ୍ଲକ ଅନ୍ତର୍ଗତ ଆମ୍ବପାଳ ପଞ୍ଚାୟତର ଭାଲୁମୁଣ୍ଡା ଗ୍ରାମରେ ରବିବାର ଅପରାହ୍ଣ ପ୍ରାୟ ସାଢେ ୪ଟା ବେଳେ ଆକସ୍ମକ ଅଗ୍ନିକାଣ୍ଡ ଘଟି ଅମିତାଭ ବଚ୍ଚନ ମୁଣ୍ଡାଙ୍କର ତିନି ବଖରା ଚାଳଗର ସମେତ ସମସ୍ତ ଧନସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡିନଥିବା ବେଳେ ଆଖିପିଛୁଳାକେ ଶୁଖିଲା ଚାଳଘର ଏବଂ ଘରର ଅସବାବପତ୍ର ଓ ଧନସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିଲା । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ବାମୁର ଦମକଳକେନ୍ଦ୍ର କର୍ମଚାରୀ ଭାଲୁମୁଣ୍ଡା ଗ୍ରାମରେ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲେ । ଆମ୍ବପାଳ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମଣ କୁମାର ବେହେରା ଘରପୋଡି ବିପନ୍ନ ପାଖରେ ପହଞ୍ôଚ ସମବେଦନ ଜଣାଇବା ସହିତ ପଞ୍ଚାୟତ ତରଫରୁ ଚାଉଳ ଏବଂ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଜଣାଯାଇଛି । ସେହିଭଳି ସମାଜସେବୀ ଡାକ୍ତର ଅଲେଖ ପ୍ରଧାନ, ଇଂ ଅଜିତ୍ କୁମାର ପ୍ରଧାନ ଘରପୋଡି ବିପନ୍ନ ପରିବାରକୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାଯାଇଛି । ଏଥିସହିତ ସରକାରଙ୍କ ତରଫରୁ ବିପନ୍ନ ପରିବାକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ କିଶୋରନଗର ଭାରପ୍ରାପ୍ତ ତହସିଲଦାର ଲୋପାମୁଦ୍ରା ରଥଙ୍କ ନିର୍ଦ୍ଦେଶକ୍ରମେ ତହସିଲ କାର୍ଯ୍ୟାଳୟର କର୍ମଚାରୀ ରୋଜେଶ୍ ପ୍ରଧାନ ଘରପୋଡି ବିପନ୍ନ ପରିବାର ପାଖରେ ପହଞ୍ôଚ କ୍ଷୟକ୍ଷତିର ଆକଳନ କରିଥିବାବେଳେ ତହସିଲ ତରଫରୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି ।

Loading...
>