ଭାଙ୍ଗିଲା ତେଲେଙ୍ଗାନାର ବିଧାନସଭା, କେସିଆର କାମଚଳା ମୁଖ୍ୟମନ୍ତ୍ରୀ

ତେଲେଙ୍ଗାନା : ୯ ମାସ ସମୟ ପୂର୍ବରୁ ଭାଙ୍ଗିଗଲା ତେଲେଙ୍ଗାନାର ବିଧାନସଭା । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଜି ମନ୍ତ୍ରୀମଣ୍ଡଳର ଏକ ଜରୁରିକାଳୀନ ବୈଠକ ଡକାଇଥିଲେ, ଯେଉଁଥିରେ ସେ ବିଧାନସଭାକୁ ଭାଙ୍ଗିବାକୁ ସୁପାରିଶ କରିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ରାଜଭବନ ଯାଇ ରାଜ୍ୟପାଳ ଇଏସଏଲ ନରସିଂହଙ୍କୁ ଭେଟି ମନ୍ତ୍ରିମଣ୍ଡଳର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ବିଧାନସଭା ଭଙ୍ଗ କରି ସାନି ନିର୍ବାଚନ ପାଇଁ ପ୍ରସ୍ତାବ ଦେଇଥିବାବେଳେ ରାଜ୍ୟପାଳ ଏହାକୁ ଗ୍ରହଣ କରିନେଇଛନ୍ତି । ଫଳରେ ରାଜ୍ୟପାଳ କେସିଆରଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ ରୂପେ ନିଯୁକ୍ତ କରାଯାଇଛି ।

Loading...
>