ଇଥିଓପିଆର ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲିଙ୍କୁ ୨୦୧୯ ପାଇଁ ନୋବେଲ୍ ଶାନ୍ତି ପୁରସ୍କାର

ଓସ୍ଲୋ:ଚଳିତ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଇଥିଓପିଆର ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲିଙ୍କୁ ୨୦୧୯ ପାଇଁ ପ୍ରତିଷ୍ଠିତ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯିବ। ଶାନ୍ତି ପାଇଁ ପ୍ରୟାସ ଓ ଖାସ୍ କରି ପଡ଼ୋଶୀ ଦେଶ ଇରିଟ୍ରିୟା ସହିତ ସୀମା ବିବାଦର ସମାଧାନ ଦିଗରେ ନିର୍ଣ୍ଣାୟକ ଭୂମିକା ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯିବ। ତାଙ୍କୁ ଇଥିଓପିଆର ନେସନଲ ମାଣ୍ଡେଲ ମଧ୍ୟ କୁହାଯାଏ।୪୩ ବର୍ଷୀୟ ଅବି ଅହମ୍ମଦ ୨୦୧୮ ଏପ୍ରିଲରେ ଇଥିଓପିଆର ପ୍ରଧାନମନ୍ତ୍ରୀ ହୋଇଥିଲେ। ସେହି ସମୟରେ ସେ ସ୍ପଷ୍ଟ କରିଥିଲେ ଯେ ଇରିଟ୍ରିୟା ସହିତ ସେ ଶାନ୍ତି ସ୍ଥାପନ କରିବେ। ଏପରିକି ଇରିଟ୍ରିୟାର ରାଷ୍ଟ୍ରପତି ଇସୈୟସ ଅଫଓ୍ଵର୍କିଙ୍କ ସହିତ ମିଶି ତୁରନ୍ତ ଏହି ଦିଗରେ ପଦକ୍ଷେପ ନେଇଥିଲେ।ଗତ ବର୍ଷ ଇଥିଓପିଆ ଓ ଇରିଟ୍ରିୟା ସୀମା ବିବାଦର ସମାଧାନ ପାଇଁ ଶାନ୍ତି ରାଜିନାମା କରିଥିଲେ। ଏହି ପରି ଭାବେ ଦୁଇ ଦେଶ ଦେଶ ମଧ୍ୟରେ ୨୦ ବର୍ଷରୁ ଚାଲି ଆସିଥିବା ସୈନ୍ୟ ଉତ୍ତେଜନାର ପରି ସମାପ୍ତି ଘଟିଥିଲା। ୧୯୯୮ ରୁ ୨୦୦୦ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୋଇଥିଲା। ଅବି ଅହମ୍ମଦ ଅଲି ଶାନ୍ତି ପାଇଁ ନୋବେଲ ପାଇବାରେ ୧୦୦ତମ ବ୍ୟକ୍ତି ଅଟନ୍ତି।
Loading...
>