ରାଜ୍ୟରେ ଫର୍ମାଲିନ ମିଶା ମାଛ ନାହିଁ : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର:ରାଜ୍ୟରେ ବିକ୍ରି ହେଉଥିବା ମାଛରେ କୌଣସି ପ୍ରକାର ଫର୍ମାଲିନ ମିଶିନାହିଁ। ବର୍ତ୍ତମାନ ସୁଦ୍ଧା ୨୦ଟି ଜିଲ୍ଲାରୁ ୧୩୭ଟି ମାଛ ନମୂନା ସଂଗ୍ରହ ହୋଇଛି। ସେଥିମଧ୍ୟରୁ ୮୯ଟି ନମୂନାର ପରୀକ୍ଷା ସରିଥିବା ବେଳେ ଆଉ ୪୮ ନମୂନା ବାକିଅଛି। ଏଯାବତ ପରୀକ୍ଷା କରାଯାଇଥିବା ମାଛର ନମୂନାରୁ କୌଣସି ପ୍ରକାର ବିଷାକ୍ତ ଦ୍ରବ୍ୟ ବା ଫର୍ମାଲିନ ମିଳିନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ତେଣୁ ଅଯଥା ଆତଙ୍କିତ ନ ହୋଇ ରାଜ୍ୟବାସୀଙ୍କୁ ମାଛ ଖାଇବାକୁ ସେ ପରାମର୍ଶ ଦେଇଛନ୍ତି।
Loading...
>