ଚାନ୍ଦନୀ ଚୌକରୁ ନାମଙ୍କନପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଚାନ୍ଦନୀ ଚୌକ ଲୋକସଭା ଆସନ ପାଇଁ ଆଜି ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଆଜି ନାମାଙ୍କନପତ୍ର ଦାଖଲ କରିଥିଲେ । ଏହି ଅବସରରେ ତାଙ୍କ ସହିତ ମୁଖତାର ଅବାସ ନକବୀଙ୍କ ସମେତ ଦିଲ୍ଲୀ ବିଜେପିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହା ପୂର୍ବରୁ ପିତମପୁରାର ପୁଷ୍ପାଞ୍ଜଳିରେ ଡକ୍ଟର ହର୍ଷବର୍ଦ୍ଧନଙ୍କ କାର୍ଯ୍ୟାଳୟଠାରେ ଏକ ପୂଜାକାର୍ଯ୍ୟ ହୋଇଥିଲା । ଏହାପରେ ଏକ ବିଶାଳ ରାଲିରେ ହର୍ଷବର୍ଦ୍ଧନ ଆସି ନର୍ଥ ଦିଲ୍ଲୀର ଡିଏମ୍ ଅଫିସରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଥିଲେ । ରାଲିରେ ସମର୍ଥକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ନାମାଙ୍କନ ଦାଖଲ ପରେ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଚଳିତ ନିର୍ବାଚନାରେ ବିଜେପିର ଐତିହାସିକ ବିଜୟ ହେବ । ଜନତା ଚାହୁଁଛନ୍ତି ପୁଣିଥରେ ମୋଦି ପ୍ରଧାନମନ୍ତ୍ରୀ ହୁଅନ୍ତୁ । ମୋର ବିଜୟ ସୁନିଶ୍ଚିତ ବୋଲି ସେ କହିଛନ୍ତି । ଏହି ଆସନରେ ତାଙ୍କର ପ୍ରତିଦ୍ୱନ୍ଦୀ ଭାବେ କଂଗ୍ରେସର ଜେପି ଅଗ୍ରୱାଲ ପ୍ରାର୍ଥୀ ହୋଇଥିବା ବେଳେ ଆମ୍ ଆଦମୀର ପ୍ରାର୍ଥୀ ହୋଇଛନ୍ତି ପଙ୍କଜ ଗୁପ୍ତା ।

Loading...
>