ମା’ମାଉଳୀ ଯୁବକ ସଂଘ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ବେଲାଦୁଲା ଗ୍ରାମର ମା’ ମାଉଳୀ ଯୁବକ ସଂଘର ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ରକ୍ତଦାନ ଶିବିରରେ ମୋଟ୍ ୪୪ ୟୁନିଟ ରକ୍ତ ସଂଗୃହିତ ହୋଇଥିବା ଜଣାପଡିଛି । ଶିବିର ଆୟୋଜନରେ ଆଡୱେଲ ଗ୍ଲୋବାଲ, ଅନୁଗୁଳ ଶାଖା ଓ କନ୍ଧପଡା ବିଜୁ ବାହିନୀ ସଦସ୍ୟମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଆଠମଲ୍ଲିକ ତହସିଲଦାର ବାସୁଦେବ ମହାପାତ୍ର, ସହକାରୀ ବନ ସଂରକ୍ଷକ ରାଜେନ୍ଦ୍ର ଗୋଚ୍ଛାୟତ, ମାଧପୁର ରେଞ୍ଜର ସନ୍ତୋଷ କୁମାର ଭୋଇ, ଲୋକ ସଂପର୍କ ଓ ସୂଚନା ଅଧିକାରୀ ସର୍ବେଶ୍ୱର ମଲ୍ଲିକ ସମାଧାନର ସଂପାଦକ ତଥା ସମାଜସେବୀ ବିନୟ କୁମାର ପଟ୍ଟନାୟକ, ଆଠମଲ୍ଲିକ ବିଜୁ ଯୁବ ବାହିନୀର ସଂଯୋଜକ ନିରଞ୍ଜନ ହୋତା ଯୋଗ ଦେଇ ରକ୍ତାଦାତାଙ୍କୁ ଉତ୍ସାହିତ କରିଥିଲେ ।

ଶିବିରକୁ ସଠିକ୍ ଭାବେ ଆୟୋଜନ କରିବାରେ ସଂଘର ସଭାପତି ଈଶ୍ୱର ମେହେର, ସଂପାଦକ ଭୁବନ ମେହେର, ଉପଦେଷ୍ଟା ପ୍ରତାପ ମେହେର, ସରୋଜ ମେହେର, ପ୍ରଫୁଲ୍ଲ ମେହେର, ସନାତନ ମେହେର, ଧର୍ମୁଧର ମେହେର ପ୍ରମୁଖ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ରକ୍ତ ସଂଗ୍ରହ କାର୍ଯ୍ୟାରେ ଆଠମଲ୍ଲିକ ରକ୍ତ ଭଣ୍ଡାର ଡଃ ସୁନିଲ କୁମାର ପଣ୍ଡା, ଟେକ୍ନିସିଆନ କିଶୋର କୁମାର ଗଡନାୟକ, ଅଫିସ କର୍ମଚାରୀ ରବିନ୍ଦ୍ର ସାହୁ, କର୍ଣ୍ଣେଲ ଦେହୁରୀ, ସେବିକା ସିଗ୍ଧାରାଣୀ ମହାନ୍ତି ନିୟୋଜିତ ହୋଇଥିଲେ । ଯୋଗ ଦେଇଥିବା ଅତିଥି ଓ ରକ୍ତଭଣ୍ଡାରର ସମସ୍ତ କର୍ମଚାରୀଙ୍କୁ ସଂଘ ପକ୍ଷରୁ ଶେଷରେ ଧନ୍ୟବାଦ ଜଣାଯାଇଥିଲା ।

Loading...
>