ମୋଦି ମ୍ୟାଜିକ୍ ଓଡ଼ିଶାରୁ ବିଜେଡ଼ିକୁ ହଟାଇବାକୁ ସକ୍ଷମ ହେବ: ସର୍ଭେ

ଭବନେଶ୍ୱର : ଓଡ଼ିଶାରେ ୨୦୧୯ରେ ହେବାକୁଥିବା ବିଧାନସଭା ନିର୍ବାଚନରେ ମୋଦି ମ୍ୟାଜିକ୍ ଶାସକ ବିଜେଡ଼ିକୁ ହଟାଇବାକୁ ସକ୍ଷମ ହେବ ବୋଲି ଡେଲି ହଂଟ୍ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।


ଏହି ସର୍ଭେର ଶୀର୍ଷକ ‘ ଟ୍ରଷ୍ଟ୍ ଅଫ୍ ଓଡ଼ିଶା’ଥିଲା । ୨୦୧୮ ସେପ୍ଟେମ୍ବର ୧୫ରୁ ୨୦ ତାରିଖ ମଧ୍ୟରେ ହୋଇଥିବା ଏହି ସର୍ଭେରେ ୫୦,୧୫୬ ଜଣ ଲୋକଙ୍କୁ ସାମିଲ୍ କରାଯାଇଥିଲା ।ଅଂଶଗ୍ରହଣକାରୀମାନେ ଭାଜପା ବିରୋଧରେ ମହାଗଠବନ୍ଧନ ସଫଳ ହେବନାହିଁ ବୋଲି ମତ ଦେଇଥିଲେ । ୩୫% ଅଂଶଗ୍ରହଣକାରୀ ମହାଗଠବନ୍ଧନ ସପକ୍ଷରେ ମତ ଦେଇଥିବାବେଳେ ୬୫% ଏହା ସମ୍ଭବ ନୁହେଁ ବୋଲି ସୂଚିତ କରିଥିଲେ । ସେହିପରି ୬୧% ମୋଦି ମ୍ୟାଜିକ୍ ପୁଣି କାମ କରିବ ବୋଲି ମତ ଦେଇଥିଲେ । ୩୯% ଲୋକ ମୋଦି ମ୍ୟାଜିକ୍ କାମ କରିବ ନାହିଁ ବୋଲି କହିଥିଲେ ।ସେହିପରି ୬୨% ଲୋକ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପରିବର୍ତନ ହେବା ନେଇ ଆଶା ପ୍ରକଟ କରିଥିଲେ । ୩୮% ନବୀନ ପଟ୍ଟନାୟକ ପୁଣିଥରେ ଶାସନକୁ ଫେରିବେ ବୋଲି କହିଥିଲେ ।୬୩% ବିଜେଡ଼ି ଶାସନକୁ ଆସିବ ନାହିଁ ବୋଲି କହିଥିବାବେଳେ ୩୭% ବିଜେଡି ପୁଣି ଶାସନ କରିବ ବୋଲି କହିଥିଲେ ।ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନ ନବୀନଙ୍କ ବିକଳ୍ପ ବୋଲି ୫୬% ମତ ଦେଇଥିଲେ । ସେହିପରି ବୈଜୟନ୍ତ ପଣ୍ଡାଙ୍କ ସପକ୍ଷରେ ୨୩% ମତ ଆସିଥିବାବେଳେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ନିରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ୨୧% ମତ ଆସିଥିଲା ।

Loading...
>