ଆମେରିକା ଉପରେ ଇରାନର ଜୋରଦାର ଆକ୍ରମଣ, ଏକସାଙ୍ଗରେ ଦାଗିଲା ୪ ରକେଟ୍

ନୂଆଦିଲ୍ଲୀ, ୧୨|୧:  ସାରା ଦୁନିଆର ନଜର ଏବେ ଇରାନ ଉପରେ ରହିଛି। ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଘନେଇଥିବା ବେଳେ ଇରାନ ଇରାକ୍‌ରେ ଅବସ୍ଥାପିତ ଆମେରିକା ଓ ମେଣ୍ଟ ସୈନ୍ୟ ଠିକଣାକୁ ବାରମ୍ବାର ଟାର୍ଗେଟ୍ କରୁଛି। ଏହି କ୍ରମରେ ଇରାନ ରବିବାର ଉତ୍ତର ଇରାକ୍‌ସ୍ଥିତ ଆମେରିକୀୟ ଏୟାରବେସ୍‌କୁ ଲାଗ୍ ଲାଗ୍ ୪ଟି ରକେଟ୍ ମାଡ କରିଥିବା ଜଣାପଡିଛି। ଇରାକ୍ ସ୍ଥିତ ଆମେରିକୀୟ ସୈନ୍ୟ ଆଡ୍ଡା ଉପରେ ଆକ୍ରମଣ ନେଇ ଇରାନ ସରକାରୀ ଟେଲିଭିଜନ ପ୍ରେସ୍ ଟିଭି ସୂତ୍ରରୁ ଅହି ଆକ୍ରମଣ ସୂଚନା ମିଳିଛି। ସୂଚନା ଅନୁସାରେ ଇରାନର ଏହି ଆକ୍ରମଣ ଯୋଗୁ ୪ ଜଣ ଆହତ ହୋଇଛନ୍ତି। ତେବେ ଆମେରିକୀୟ ସୈନ୍ୟ ଠିକଣାମାନଙ୍କ ଉପରକୁ ୭ଟି ମୋର୍ଟାର ମାଡ କରିଥିବା ସୂଚିତ କରିଛି। ତେବେ ଇରାନ ରିଭଲ୍ୟୁସନାରୀ ଗାର୍ଡ ଏହା ଦ୍ୱାରା କୌଣସି ଆମେରିକୀୟ ସୈନ୍ୟକୁ ହତ୍ୟା କରିବା ଇରାନର ଉଦ୍ଦଶ୍ୟ ନୁହେଁ ବୋଲି କୁହାଯାଇଛି। ତେବେ ଆମେରିକା ବିରୋଧରେ ଇରାନର ଉତ୍ତେଜନା ଏବେବି ପ୍ରଶମିତ ହୋଇନଥିବା ଜଣାଇବାକୁ ଏହି ମୋର୍ଟାର ସେଲ ମାଡ କରି ଜଣାଇ ଦିଆଯାଇଛି ବୋଲି ସୂଚିତ କରାଯାଇଛି।

Loading...
>