ଆଜିଠୁ NH ଟୋଲ୍ ପ୍ଲାଜାରେ ଫାସ୍‌ଟ୍ୟାଗ୍ ବାଧ୍ୟତାମୂଳକ, ୨୫% ଲେନ୍‌ରେ ମାସେ କୋହଳ

ଭୁବନେଶ୍ବର: ଜାତୀୟ ରାଜପଥର ଟୋଲଗେଟ୍ ଗୁଡିକରେ ଆଜିଠୁ ୪ଚକିଆ ଯାନ ଲାଗି ଫାସ୍‌ଟ୍ୟାଗ୍ ବାଧ୍ୟତାମୂଳକ କରାଯାଇଛି । ତେବେ ଗାଡି ଚାଳକଙ୍କ ସୁବିଧା ଲାଗି ଏକ ଚତୁର୍ଥାଂଶ ଲେନ୍‌ରେ ବ୍ୟବସ୍ଥା କୋହଳ କରାଯାଇଛି । ଟୋଲ୍ ପ୍ଲାଜାର ଏସବୁ ହାଇବ୍ରିଡ୍ ଲେନ୍‌ରେ କ୍ୟାସ୍ ଦେଇ ଚାଲାଣ କାଟିବା ବ୍ୟବସ୍ଥା ରହିବ । ଜାନୁଆରୀ ୧୫ତାରିଖ ପର୍ଯ୍ୟନ୍ତ ଏହି କୋହଳ ବ୍ୟବସ୍ଥା ରହିବ । ସେପର୍ଯ୍ୟନ୍ତ ଗାଡି ଚାଳକମାନେ ଫାସ୍‌ଟ୍ୟାଗ୍ ନେଇପାରିବେ ।

ଡିସେମ୍ବର୧ ଠାରୁ ଟୋଲ ପ୍ଲାଜାରେ ଫାସ୍‌ଟ୍ୟାଗ୍ ବାଧ୍ୟତାମୂଳକ କରିବା ଲାଗି କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ନିର୍ଦ୍ଦେଶ ଜାରି କରିଥିଲା । ତେବେ ଅନେକ ଗାଡି ଚାଳକ ଫାସ୍‌ଟ୍ୟାଗ୍ ନେଇ ନଥିବା ଅବଧିକୁ ଡିସେମ୍ବର ୧୫ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଥିଲା । ଏବେ ବି ଅନେକ ଗାଡି ଚାଳକ ଫାସ୍‌ଟ୍ୟାଗ୍ ଲଗାଇ ନଥିବାରୁ ୧ମାସ ଯାଏଁ ବ୍ୟବସ୍ଥାକୁ ସାମାନ୍ୟ କେହଳ କରାଯାଇଛି । ଏବେ ଟୋଲ୍ ପ୍ଲାଜାର ୭୫ପ୍ରତିଶତ ଲେନ୍ ରେ ଫାସ୍‌ଟ୍ୟାଗ୍‌ର ଚାଲାଣ କରିବା ବ୍ୟବସ୍ଥା ରହିବ ।

Loading...
>