ଆଜି ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ନିର୍ବାଚନ

ମୁମ୍ବାଇ ୦୧।୧୧: ଆଜି ମହାରାଷ୍ଟ୍ରରେ  ବିଧାନସଭାର ବାଚସ୍ପତି ନିର୍ବାଚନ । ବାଚସ୍ପତି ଦୌଡରେ ଆଗରେ ରହିଛନ୍ତି ଶାସକ ଶିବସେନା-ଏନସିପି-କଂଗ୍ରେସ ପ୍ରାର୍ଥୀ ନାନା ପଟୋଲେ।  ଏପଟେ ବିଜେପି  ମଧ୍ୟ ବାଚସ୍ପତି  ପଦ ପାଇଁ ଦେଉଛି କଡା ଟକ୍କର। ବିଜେପି  କିଶାନ କାଠୋରେଙ୍କୁ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ କରିଛି। ନାନା ପଟୋଲେ ବିଦର୍ଭର ସାକୋଲି ନିର୍ବାଚନମଣ୍ଡଳିରୁ ନିର୍ବାଚିତ ହୋଇଛନ୍ତି। ସେପଟେ କାଠୋରେ ଥାନେ ଜିଲ୍ଲାର ମୁର୍ବାଦ ନିର୍ବାଚନମଣ୍ଡଳିରୁ ନିର୍ବାଚିତ ହୋଇଛନ୍ତି।ପଟୋଲେ ଓ କାଠୋରେ ଉଭୟ ଏଥର ଚତୁର୍ଥ ଥର ପାଇଁ ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଛିଡା କରିବାର ବିଜେପିର ଅଧିକାର ରହିଛି। ତେବେ ମହାରାଷ୍ଟ୍ର ବିଧାନସଭା  ବାଚସ୍ପତି  ବିନା ପ୍ରତିଦ୍ବନ୍ଦ୍ବିତାରେ ଚୟନ କରାଯିବାର ପରମ୍ପରା ରହି ଆସିଛି। ସେହି ଧାରା ବଜାୟ ରହିବ ବୋଲି କଂଗ୍ରେସ ଆଶା ବ୍ୟକ୍ତ କରିଛି। ବାଚସ୍ପତି ଚୟନ ପରେ ଆଜି ଅପରାହ୍ନ ୪ଟାରେ ବିଧାନସଭାକୁ ସମ୍ବୋଧିତ କରିବେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ।ଗତକାଲି ଆସ୍ଥାଭୋଟରେ  ୨୮୮ ବିଶିଷ୍ଟ ସଦସ୍ୟ ବିଧାନସଭାରେ ୧୬୯ ବିଧାୟକ ଠାକରେ ସପକ୍ଷରେ ଭୋଟ ଦେଇଥିବାବେଳେ ବିଜେପିର ୧୦୫ ବିଧାୟକ କକ୍ଷ ତ୍ୟାଗ କରିଥଇଲେ। ତେଣୁ ମହା ନାଟକରେ ବିଧାନସଭାରେ ଆଜି କେଉଁ ଦୃଶ୍ୟ  ଦେଖିବାକୁ ମିଳିବ ତାରି ଉପରେ ରହିଛି ସମସ୍ତଙ୍କ ନଜର।

Loading...
>