ଅହିଂସାର ପାଠ ପଢିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଏଣିକି ଗଣଶିକ୍ଷା ଓ ଯୁକ୍ତଦୁଇ କଲେଜଗୁଡିକରେ ଛାତ୍ରଛାତ୍ରୀମାନେ ଅହିଂସା ସଂପର୍କରେ ଶିକ୍ଷାଲାଭ କରିବେ ଓ ଏ ସଂପର୍କରେ ପ୍ରତିଯୋଗୀତା ମଧ୍ୟ ଛାତ୍ରଛାତ୍ରୀଙ୍କୁ ନେଇ କରାଯିବ । ପିଲାମାନଙ୍କୁ ବିଦ୍ୟାଳୟରେ ଅହିଂସା ମନ୍ତ୍ର ଶିକ୍ଷାଦାନରେ ଦିଆଯିବ । ବାଲ୍ୟବସ୍ଥାରୁ ଛାତ୍ରଛାତ୍ରୀମାନେ ଅହିଂସା ମନ୍ତ୍ରରେ ଯେଉଁଭଳି ଭାବରେ ଦୀକ୍ଷିତ ହୋଇପାରିବେ ତାହା ଉପରେ ସରକାର ଗୁରୁତ୍ୱ ଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ରାଜ୍ୟର ୬୨ଲକ୍ଷ ପିଲାଙ୍କୁ ଅହିଂସା ବାବଦରେ ଶିକ୍ଷାଦାନ ଦିଆଯିବ । ଗାନ୍ଧି ଜୟନ୍ତୀ ଅବସରରେ ଅହିଂସା ନୀତି ସଂପର୍କରେ ପ୍ରତିଯୋଗିତା ହେବ । ଏଥିପାଇଁ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ ପ୍ରତିଯୋଗିତାର ଆୟୋଜନ କରାଯିବ । ଅହିଂସା ନୀତି ନେଇ ବକ୍ତୃତା, ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା କରାଯିବ । ଆସନ୍ତା ଅକ୍ଟୋବର ୨ ତାରିଖରେ ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମବାର୍ଷିକ ଉତ୍ସବ ରାଜ୍ୟ ସରକାର ପାଳନ କରିବେ । ଏଥିପାଇଁ ବିଦ୍ୟାଳୟସ୍ତରରେ ପିଲାଙ୍କୁ ଜାତିର ପିତାଙ୍କ ମନ୍ତ୍ର ବିଷୟରେ ଶିକ୍ଷାଦାନ ପାଇଁ କାର୍ଯ୍ୟକ୍ରମ ଆୟୋଜନ ହେବ । ମନ୍ତ୍ରୀ ଶ୍ରୀ ଦାସଙ୍କ ସୂଚନା ଅନୁଯାୟୀ, ପ୍ରତିଯୋଗିତାରେ ତର୍କ, ଚିତ୍ରାଙ୍କନ, ବୁଦ୍ଧି ପରୀକ୍ଷା ପ୍ରତିଯୋଗିତା ହେବ । ଚଳିତ ମାସ ୧୬ରୁ ୧୮ ତାରିଖ ଯାଏଁ ବିଦ୍ୟାଳୟସ୍ତରରେ ପ୍ରତିଯୋଗିତା ହେବା ପରେ ୨୩ରୁ ୨୪ ତାରିଖ ଯାଏଁ ବ୍ଲକସ୍ତରରେ ପ୍ରତିଯୋଗିତା ହେବ । ଏହାପରେ ୨୭ ଓ ୨୮ ଦୁଇଦିନ ଧରି ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ହେବା ପରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ଗାନ୍ଧି ଜୟନ୍ତୀ ଅବସରରେ ପୁରସ୍କୃତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।

Loading...
>