ଲଗାଣ ବର୍ଷାରେ ଓଡିଶା ବେହାଲ

ଭୁବନେଶ୍ୱର:ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଆସନ୍ତା ୨୪ ଯାଏଁ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛିି ।ଗତକାଲି ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଯାହା ପ୍ରଭାବରେ ବହୁ ଜିଲ୍ଲାରେ ଲଗାଣ ବର୍ଷା ହେବା ହେଉଛି । ଏହାର ପ୍ରଭାବ ଆସନ୍ତା ୨୪ଘଣ୍ଟ ରାଜ୍ୟରେ ରହିବା କାରଣରୁ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଜିଲ୍ଲା ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । କାଲିଠୁ ଏହି ବର୍ଷାର ପରିମାଣ କମିବ । ଆଜି ବୈାଦ୍ଧ, ସୋନପୁର, ନବରଙ୍ଗପୁର, ମାଲକାନଗିରି, କେନ୍ଦୁଝର ,ଯାଜପୁର, ଅନୁଗୁଳ, ଢେଙ୍କାନାଳ ଓ ଖୋର୍ଦ୍ଧାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛିି । ତେଣୁ ଏହି ୨୪ଘଣ୍ଟା ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଆଜି ଲଗାଣ ବର୍ଷା ପାଇଁ ବଲାଙ୍ଗୀର , ବରଗଡ଼, କଳାହାଣ୍ଡି ,ନୂଆପଡ଼ାରେ ସବୁ ଶିକ୍ଷାନୁଷ୍ଠାନକୁ ସେଠାର ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି ।ରାଜ୍ୟରେ ସ୍ୱାଭାବିକ ଠାରୁ ବହୁତ କମ ପ୍ରତିଶତ ବର୍ଷା ହୋଇଥିବା ବେଳେ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଏହା ସାମାନ୍ୟ ପୂରଣ ହୋଇଥିଲା । ପୁଣି ଗତକାଲି ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ  ସୃଷ୍ଟି ହୋଇଥିବା ଲଘୁଚାପ ରାଜ୍ୟରେ ନିଅଣ୍ଟିଆ ବର୍ଷାକୁ ପୂରଣ କରିପାରିବ ବୋଲି ଆଶଙ୍କା କରାଯାଉଛି ।
Loading...
>