ପ୍ରେମ ବିବାହ କରିବାରୁ ଝିଅର ତଣ୍ଟିଚିପି ହତ୍ୟା କଲେ ପିତା, ଭାଇ

ପଟିଆଲା: ଝିଅ ନିଜ ଇଚ୍ଛାରେ ବିବାହ କରିବାରୁ ପିତା ଏବଂ ଭାଇ ମିଶି ତାଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ହତ୍ୟା ପରେ ମୃତଦେହକୁ ଶ୍ମଶାନରେ ଅନ୍ତିମ ସଂସ୍କାର ମଧ୍ୟ କରିଦେଇଥିଲେ। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ମୃତଦେହ ସମ୍ପୂର୍ଣ୍ଣ ଜଳିଯାଇଥିଲା। ଖଣ୍ଡେ ହାଡ ଆଣି ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନାଯୋଗ୍ୟ, ପଟିଆଲାର ଘିଓରା ଗ୍ରାମ ନିବାସୀ ମନଜୀତ ସିଂଙ୍କ ଝିଅ ଜ୍ୟୋତି ସେହି ଗ୍ରାମର ଗୁରୁଜଣ୍ଟ ସିଂଙ୍କ ସହ ଲୁଛିକି ବିବାହ କରିଥିଲେ। ପରେ ଦୁଇ ପରିବାର ପକ୍ଷରୁ ପଞ୍ଚାୟତ ଡାକ୍ତି ଦୁଇଜଣଙ୍କ ଛାଡପତ୍ର କରିଦେଇଥିଲେ। ଜୁଲାଇ ୧୪ରେ ପୁଣି ଜ୍ୟୋତି ଗୁରୁଜଣ୍ଟଙ୍କ ଘରକୁ ଯାଇଥିଲେ। ଏହାଜାଣି ପିତା ଏବଂ ଭାଇ ତାଙ୍କ ତଣ୍ଟି ଚିପି ହତ୍ୟା କରିଦେଇଥିଲେ।

Loading...
>