ଚାଇନା ଯୁବପୀଢି ବିବାହ ପ୍ରତି ହେଉଛନ୍ତି ଅମଙ୍ଗ

ବେଜିଂ : ଚାଇନାରେ ଲଗାତାର କିଛି ବର୍ଷ ହେବ ଯୁବପିଢିଙ୍କ ମଧ୍ୟରେ ବିବାହ କରିବାର ଆଗ୍ରହ କମି ଯାଉଥିବା ଦେଖିବାକୁ ମିଳିଛି। ଅନେକ ବିଳମ୍ବରେ ବିବାହ କରିବାକୁ ଚାହୁଁଥିବା ବେଳେ ଆଉ କେତେଜଣ ଏକାଏକା ଜୀବନ ବିତାଇବାକୁ ପସନ୍ଦ କରୁଛିନ୍ତି। ସେଥିପାଇଁ ଏବେ ଅଧିକାଂଶ ବରିଷ୍ଠ ନାଗରିକ ଏକା ଏକା ରହୁଥିବା ଦେଖାଯାଇଛି। ନ୍ୟାଶନାଲ ବ୍ୟୁରୋ ଅଫ୍‌ ଷ୍ଟାଟିସଟିକ୍ସ ଓ ନାଗରିକ ମାମଲା ମନ୍ତ୍ରଣାଳୟର ଏକ ରିପୋର୍ଟ ଅନୁଯାୟୀ, ୨୦୧୩ରେ ପ୍ରତି ହଜାରରେ ୯.୯ ପ୍ରତିଶତ ଯୁବତୀ-ଯୁବକ ବିବାହ କରିଥିବା ବେଳେ ୨୦୧୮ରେ ଏହା କମି ଯାଇ ୭.୨ ପ୍ରତିଶତରେ ପହଞ୍ଚିଥିବା ଉକ୍ତ ରିପୋର୍ଟ ପ୍ରକାଶ କରିଛି। ସିହ୍ନୁଆ ନ୍ୟୁଜର ସୂଚନା ମୁତାବକ ଏହା ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରିମାଣ ଦର୍ଶାଉଛି। ହେଲେ ଯେଉଁ ଅଞ୍ଚଳ ଯେତେ ବିକଶିତ ସେଠାକାର ଯୁବପିଢି ବିବାହ ପ୍ରତି ସେତେ ଅନାଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ପରିବାରର ଖର୍ଚ୍ଚ ଓ ପିଲାଙ୍କ ପାଠପଢା ଖର୍ଚ୍ଚ ଦିନକୁ ଦିନ ବଢି ଯାଉଥିବାରୁ ଅନେକେ ଏହାକୁ ଏକ କାରଣ ଦର୍ଶାଇ ବିବାହ କରୁ ନ ଥିବା ଉକ୍ତ ରିପୋର୍ଟରେ ପ୍ରକାଶ କରାଯାଇଛି।

Loading...
>