ବିଭୂତରାଇ ହେଲେ ବିଜେପିର ଜଗତସିଂହପୁର ଲୋକସଭା ପ୍ରାର୍ଥୀ

ଭୁବନେଶ୍ୱର : ଶନିବାର ଭାରତୀୟ ଜନତା ପାର୍ଟି ତା’ର ଅବଶିଷ୍ଟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ଜଗତସିଂପୁର ଲୋକସଭା ଓ କେନ୍ଦ୍ରାପଡା, କାକଟପୁର ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସରୁ ସଦ୍ୟ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ବିଭୂତରାଇଙ୍କୁ ବିଜେପି ଜଗତସିଂହପୁର ଲୋକସଭା ଆସନରୁ ଲଢିବାର ସୁଯୋଗ ଦେଇଥିବା ବେଳେ ପୂର୍ବତନ ବିଧାୟକ ରବି ମଲ୍ଲିକଙ୍କୁ କାକଟପୁରରୁ ପ୍ରାର୍ଥୀ କରିଛି । ସେହିପରି କେନ୍ଦ୍ରାପଡାରୁ ସୁନାକର ବେହେରାଙ୍କୁ ବିଧାନସଭା ପାଇଁ ପ୍ରାର୍ଥୀ କରିଛି । ପୂର୍ବରୁ କେନ୍ଦ୍ରାପଡା ଆସନରେ କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଏଯାଏଁ ବିଜେଡି ତା’ର ପ୍ରାର୍ଥୀ ଘୋଷଣା କରିନାହିଁ ।

Loading...
>