ଆୟକର ଫାଇଲ ପାଇଁ ଆଧାର ଜରୁରୀ ନୁହେଁ : ଦିଲ୍ଲୀ ହାଇକୋର୍ଟ୍

ନୂଆଦିଲ୍ଲୀ:ଆୟକର ରିଟର୍ଣ୍ଣ ଫାଇଲ କରିବା ପାଇଁ ବର୍ତମାନ ୭ଦିନରୁ କମ୍ ସମୟ ବାକି ରହିଛି । ଏହା ମଧ୍ୟରେ ଦିଲ୍ଲୀ ହାଇକୋର୍ଟ୍ ଏକ ବଡ ନିଷ୍ପତି ଶୁଣାଇଛନ୍ତି । ହାଇକୋର୍ଟ୍ କହିଛନ୍ତି କି, ଯଦି କେଉଁ ବ୍ୟକ୍ତିଙ୍କ ପାଖରେ ଆଧାର କାର୍ଡ୍ ନାହିଁ ସେହି ବ୍ୟକ୍ତିମାନେ ବିନା ଆଧାର କାର୍ଡରେ ଆୟକର ଫାଇଲ କରି ପାରିବେ । ଏହା ସହ କୋର୍ଟ୍ ଆୟକର ବିଭାଗକୁ ଆଧାର କାର୍ଡ୍ ନଥିବା ବ୍ୟକ୍ତିଙ୍କ ପାଇଁ ଇ-ଫାଇଲିଂ ସାଇଟରେ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟ୍ ଏହି ନିଷ୍ପତି ଶ୍ରେୟ ସେନ ଏବଂ ଜୟଶ୍ରୀ ସତପୁତେଙ୍କ ଦ୍ୱାରା ଆଗତ ମାମଲା ଆଧାରରେ ଶୁଣାଇଛନ୍ତି । କୋର୍ଟ୍ ଆୟକର ବିଭାଗକୁ ନିଜ ପୋର୍ଟାଲରେ ଆଧାର ବିନା ଫାଇଲିଂ କରିବା ପାଇଁ ସ୍ୱତନ୍ତ୍ର ବିକଳ୍ପ ବ୍ୟବସ୍ଥାନେଇ ନିର୍ଦ୍ଦେଶ ଦେଇଛନ୍ତି ।
Loading...
>