ବିଶ୍ୱକପ୍ ହକି ପାଇଁ ସରକାରୀ ଛୁଟି ଘୋଷଣା

ଭୁବନେଶ୍ୱର : ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ପୁରୁଷ ବିଶ୍ୱକପ୍ ହକି ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ନଭେମ୍ବର ୨୭ ତାରିଖ ମଙ୍ଗଳବାର ଦିନ ବିଶ୍ୱକପ୍ ହକିର ଉଦଘାଟନୀ ଉତ୍ସବ ଅବସରରେ ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିବ । ରାଜ୍ୟର ଅନ୍ୟ ଅଂଚଳରେ ସମସ୍ତ ଶିକ୍ଷାନୁଷ୍ଠାନ ଅପରାହ୍ନ ୧.୩୦ ମିନିଟଠାରୁ ବନ୍ଦ ରହିବ ।
ଭୁବନେଶ୍ୱର ସମେତ ସାରା ରାଜ୍ୟର ସମସ୍ତ ସରାକରୀ କାର୍ଯ୍ୟାଳୟଗୁଡିକ ମଧ୍ୟ ନଭେମ୍ବର ୨୭ ତାରିଖ ଦିନ ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ ନିମନ୍ତେ ଅପରାହ୍ନ ୧.୩୦ ମିନିଟ ଠାରୁ ବନ୍ଦ ରହିବ । ନଭେମ୍ବର ୨୮ ତାରିଖ ବୁଧବାର ଦିନ କଟକର ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଅପରାହ୍ନ ୧.୩୦ ମିନିଟ ଠାରୁ ବନ୍ଦ ରହିବ ।

Loading...
>