fbpx
Home News ବ୍ରହ୍ମା କୁମାରୀ ସଂସ୍ଥାର ମୁଖ୍ୟ ରାଜଯୋଗିନୀ ଦାଦି ଜାନକୀଙ୍କର ପରଲୋକ

ବ୍ରହ୍ମା କୁମାରୀ ସଂସ୍ଥାର ମୁଖ୍ୟ ରାଜଯୋଗିନୀ ଦାଦି ଜାନକୀଙ୍କର ପରଲୋକ

ମାଉଣ୍ଟଆବୁ: ଆଧ୍ୟାତ୍ମିକ ସଙ୍ଗଠନ ବ୍ରହ୍ମା କୁମାରୀ ସଂସ୍ଥାର ମୁଖ୍ୟ ତଥା ସ୍ବଚ୍ଛ ଭାରତ ଅଭିଯାନର ବ୍ରାଣ୍ଡ ଆମ୍ବାସଡର୍ ରାଜଯୋଗିନୀ ଦାଦି ଜାନକୀଙ୍କର ଶୁକ୍ରବାର ସକାଳେ ମାଉଣ୍ଟଆବୁଠାରେ ପରଲୋକ ଘଟିଛି। ୧୦୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି।ତାଙ୍କ ଦେହାନ୍ତ ଖବର ସଂପର୍କରେ ଡାକ୍ତରଖାନା ପକ୍ଷରୁ ଟୁଇଟ୍ କରାଯାଇଛି। ଏଥିରେ କୁହାଯାଇଛି,‘ ସ୍ନେହପୂର୍ଣ୍ଣ ଚିନ୍ତାଧାରା ସହିତ ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ବ୍ରହ୍ମା କୁମାରୀଙ୍କ ଆଧ୍ୟାତ୍ମିକ ମୁଖ୍ୟ ଆମର ପ୍ରିୟ ଦାଦି ଜାନକୀ ଶୁକ୍ରବାର ଦିନ ପ୍ରାତଃ କାଳରେ ଏହି ଶାରୀରିକ ଜୀବନରୁ ଦେହାନ୍ତ କରିଛନ୍ତି।’ଦାଦି ଜାନକୀଙ୍କ ଅନ୍ତିମ ସଂସ୍କାର ଅପରାହ୍ନ ସାଢେ ତିନିଟା ବେଳେ ବ୍ରହ୍ମା କୁମାରୀ ସଂସ୍ଥାର ଶାନ୍ତିବନରେ କରାଯିବ ବୋଲି ଜଣାଯାଇଛି। ସେ ୧୯୧୬ ମସିହା ଜାନୁଆରି ୧ ତାରିଖରେ ସିନ୍ଧ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ୨୧ ବର୍ଷ ବୟସରୁ ସେ ଆଧ୍ୟାତ୍ମିକ କ୍ଷେତ୍ର ପ୍ରତି ଆଗ୍ରହୀ ହୋଇଥିଲେ। ସେ ୧୯୭୪ରୁ ଲଣ୍ଡନରେ ମଧ୍ୟ ୪୦ ବର୍ଷ ବିତାଇଥିଲେ। ସେ ସମସ୍ତ ସଂସ୍କୃତି ଏବଂ ବୃତ୍ତିର ବ୍ୟକ୍ତିବିଶେଷଙ୍କୁ ଏକ ଉଚ୍ଚ ଉଦ୍ଦେଶ୍ୟ ଅନୁଯାୟୀ ଜୀବନଯାପନ କରିବାକୁ ଏବଂ ଏକ ଉନ୍ନତ ଜଗତର ସୃଷ୍ଟିରେ ସହଯୋଗ କରିବାକୁ ପ୍ରେରଣା ଦେଇଛନ୍ତି। ସେ ବିଶ୍ବର ୧୪୦ଟି ଦେଶରେ ବ୍ରହ୍ମା କୁମାରୀ ସଂସ୍ଥାର ପ୍ରତିଷ୍ଠା କରିଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଓଡ଼ିଶାବାସୀଙ୍କ ସହଯୋଗ ଓ ସଚେତନତା ପାଇଁ କମ୍ କେସ୍ ଆସିଛି : ସୁବ୍ରତ ବାଗଚୀ

ଭୁବନେଶ୍ୱର: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟର ପ୍ରଥମ ପଜିଟିଭ୍ ୧୫ମାର୍ଚ୍ଚରେ ଜଣାପଡ଼ିଥିଲା । ସେହିପରି ରାଜ୍ୟର...

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ : ସବୁ ଜିଲ୍ଲାରେ ଖୋଲିବ COVID-19 ହସ୍ପିଟାଲ୍

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଲାଗିଛି । ସ୍ଥିତିକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଥିବା...

ଟି-୨୦ ବିଶ୍ୱକପ ନହେଲେ ଆଇପିଏଲ ହେବ : ସୂତ୍ର

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ବହୁ ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲଲ କରାଯାଇଛି । କ୍ରିକେଟର ସବୁଠୁ ବ୍ୟୟବହୁଳ ଓ ଆକର୍ଷଣୀୟ ଇଭେଣ୍ଟ ଆଇପିଏଲକୁ ମଧ୍ୟ...

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

ସାଉଥବଲଣ୍ଡା:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଜ୍ୱାଳାମୁଖୀ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଗତକାଲି ନିଶାର୍ଦ୍ଧରେ ଚିହ୍ନଟ ହୋଇଯାଇଛି । ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୪୦୦ମିଟର ଦୂରରେ ଥିବା ଅରା ବାଉଁଶବଣ ନିକଟସ୍ଥ...

Recent Comments

>